ଜଣେ ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ଅଭିଷେକ

ଅର୍ଗସ ବ୍ୟୁରୋ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଗୁଜବ ବଢିବାରେ ଲାଗିଛି। ଦୁହେଁ ଖୁବଶୀଘ୍ର ଡିଭୋର୍ସ ନେବେ ବୋଲି ସୂଚନା ରହିଛି। ହେଲେ ଏହା ସତ କି ମିଛ ସେନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ଅଭିଷେକ ଏବଂ ଐଶ୍ୱର୍ଯ୍ୟା। ଏଭଳି ଖବର ଭିତରେ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଅଭିଷେକ ବଚ୍ଚନ। କୁହାଯାଉଛି କି ଦୁହେଁ ଡେଟ୍ କରୁଛନ୍ତି। ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ଦୁହେଁ ଅଲଗା ଅଛନ୍ତି ଏବଂ ଏହାର କାରଣ ଐଶ୍ଚର୍ଯ୍ୟାଙ୍କୁ ଧୋକା ଦେଇଛନ୍ତି।
ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ‘ଦଶୱିଁ’ ଫିଲ୍ମର ଜଣେ କୋ-ଷ୍ଟାର ଅଭିନେତ୍ରୀଙ୍କ ସହିତ ଅଭିଷେକଙ୍କ ସମ୍ପର୍କ ବଢିବାରେ ଲାଗିଛି। କୁହାଯାଉଛି ଯେ, ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଅଭିଷେକଙ୍କଠାରୁ ଦୂରରେ ରହିଛନ୍ତି ଏବଂ ଉଭୟ ଐଶ୍ୱଙ୍କ ମା’ଙ୍କ ଘରେ ରହୁଛନ୍ତି। ଅଭିଙ୍କର ଏହି ଅଭିନେତ୍ରୀଙ୍କ ସହ ସମ୍ପର୍କ ବଢିବାରୁ ଦୁହିଁଙ୍କ ସମ୍ପର୍କରେ ଭଟ୍ଟା ପଡିଥିଲା।
ଅଭିଷେକ ବଚ୍ଚନ ଏବଂ ଐଶ୍ୱ ର୍ଯ୍ୟା ରାୟ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ଏବଂ ଅଭିନେତ୍ରୀ। ଦୁହିଁଙ୍କ ଯୋଡିକୁ ଅନେକ ଲୋକ ପସନ୍ଦ କରନ୍ତି। ବଲିଉଡରେ ବଚ୍ଚନ ପରିବାର ପ୍ରଶଂସକଙ୍କ ପାଇଁ ସବୁବେଳେ ପ୍ରିୟ ହୋଇ ରହିଆସିଛି। ପ୍ରଶଂସକମାନେ ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ମଧ୍ୟ ଅପେକ୍ଷା କରନ୍ତି। ପାରିବାରିକ ସମ୍ପର୍କ କିପରି ପରିଚାଳିତ ହୁଏ, ବଚ୍ଚନ ପରିବାରକୁ ଏକ ଉଦାହରଣ ଭାବରେ ନିଆଯାଇପାରେ।ସବୁକିଛି ଠି ଚାଲୁଥିବାବେଳେ ଗତ କିଛି ଦିନ ହେବ ଏଭଳି ଖବର ସାମ୍ନାକୁ ଆସୁଛି ତାହା ଫ୍ୟାନ୍ସଙ୍କୁ ଚକିତ କରୁଛି। ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
📱 Get Argus News App
✨
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: