Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଏକାଠି ଫିଲ୍ମ କରିବେ ଐଶ୍ଵର୍ଯ୍ୟା-ଅଭିଷେକ !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏକାଠି ଫିଲ୍ମ କରିବେ ଐଶ୍ଵର୍ଯ୍ୟା-ଅଭିଷେକ !

ଅର୍ଗସ ବ୍ୟୁରୋ:  ଉପର ଲାଇନ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି। ଆପର ଭାବୁଥିବେ କେତେବେଳେ କୁହାଯାଉଛି କି ଦୁହେଁ ଅଲଗା ହେବାକୁ ଯାଉଛନ୍ତି ତ ଆଉ କେତେବେଳେ କୁହାଯାଉଛି ଯେ ଦୁହେଁ ଫିଲ୍ମ କରିବେ ଏକାଠି। ଆଜ୍ଞା ହଁ, ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି ଏବଂ ଉଭୟ ଖୁବ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏହି ଖବର ସମ୍ପର୍କରେ ବଚ୍ଚନ ପରିବାର କିମ୍ବା ଐଶ୍ୱର୍ଯ୍ୟାଙ୍କ ଠାରୁ କୌଣସି ବିବୃତ୍ତି ଆସିନାହିଁ। କିନ୍ତୁ ସେମାନଙ୍କ ଛାଡପତ୍ରର ଖବର ସେମାନଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସମସ୍ତେ ଜାଣିବାକୁ ଚାହାଁନ୍ତି କି ଏହି ଖବରଟି ସତ କି? ଏହିପରି କିଛି ପ୍ରକୃତରେ ଘଟିବାକୁ ଯାଉଛି କି? ଅନେକ ରିପୋର୍ଟରେ ଏବେ କୁହାଯାଇଛି ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କୁ ଖୁବ୍ ଶୀଘ୍ର ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । ଉଭୟ ମଣି ରତ୍ନାମଙ୍କ ଏକ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି।

ନିର୍ଦ୍ଦେଶକ ମଣି ରତ୍ନାମ ଏକ ନୂଆ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଯେଉଁଥିରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ବିବାହ ପୂର୍ବରୁ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେଥିମଧ୍ୟରୁ ଗୋଟିଏ ହେଲା 'ଗୁରୁ' ଯାହା ୨୦୦୭ ରେ ଆସିଥିଲା ଏବଂ ଏହି ଚଳଚ୍ଚିତ୍ରଟି ମଧ୍ୟ ମଣି ରତ୍ନାମ ନିର୍ଦ୍ଦେଶନା ଦେଇଥିଲେ। ଏଥି ସହିତ, ଦମ୍ପତିଙ୍କ ପ୍ରଶଂସକମାନେ ପୁଣି ଥରେ ଏକାଠି କାମ କରୁଥିବା ଖବରକୁ ନେଇ ବହୁତ ଖୁସି ମନେ ହେଉଛନ୍ତି।

ବଲିଉଡର ଲଭେବଲ କପଲ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ।  ୨୦୦୭ରେ ଦୁହେଁ ବିବାହ କରିଥିଲେ ଏବଂ ବିବାହର ୪ ବର୍ଷ ପରେ ଉଭୟ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ। ଆରାଧ୍ୟା ସବୁବେଳେ ତାଙ୍କ ମାଆର ନଜର ଆସନ୍ତି । କିନ୍ତୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Acclaimed filmmaker Mani Ratnam is reportedly planning a new Hindi film featuring the iconic Guru couple | Argus News