Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଗହଳିରେ ଫସିଗଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗହଳିରେ ଫସିଗଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା। ଏଭଳି ଚର୍ଚ୍ଚା ଭିତରେ ଆଉ ଏକ ବଡ ସମସ୍ୟା ଭିତରେ ପଡିଗଲେ ଅଭିନେତ୍ରୀ। ଏମିତି ଫସିଲେ ଯେ ସେଥିରୁ ବାହାରିବା ପାଇଁ ତାଙ୍କୁ ଭଗବାନ ବଞ୍ଚାଇ ଦେଲେ। ଯାହା ଆପଣ ଶୁଣୁଛନ୍ତି ତାହା ସମ୍ପୂର୍ଣ୍ଣ ସତ। ଐଶ୍ୱର୍ଯ୍ୟା ଏବଂ  ତାଙ୍କ ଝିଅ ଆରାଧ୍ୟାଙ୍କ ସହିତ ଫଙ୍ଗଶନ ଓ ଇଭେଣ୍ଟରେ ଯୋଗ ଦେଉଛନ୍ତି। ନିକଟରେ ଗଣେଶ ଚତୁର୍ଥୀ ଅବସରରେ ଅଭିନେତ୍ରୀ ମଧ୍ୟ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଏକ ପେଣ୍ଡାଲରେ ପହଞ୍ଚିଥିଲେ। ସେଠାରେ ଉଭୟ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ଭିଡ଼ରେ ଫସି ଯାଇଥିଲେ। ଏହି ସମୟରେ ଐଶ୍ୱର୍ଯ୍ୟା ଏକାକୀ ତାଙ୍କ ଝିଅଙ୍କୁ ଭିଡରୁ ବାହାରକୁ ଆଣିଥିଲେ। ଏହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏବଂ ନିଜେ ସେଥିରେ ଫସିଯାଇଥିଲେ। ତେବେ ଭିଡରୁ ଅଭିନେତ୍ରୀ ଝିଅକୁ କୌଣସି ମତେ ବାହାରକୁ ନେଇ ଆସିଥିଲେ।

ଏହାର ଏକ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅମିତାଭ ବଚ୍ଚନ, ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସ୍ବାମୀ ଅଭିଷେକ ବଚ୍ଚନଙ୍କୁ ଟ୍ରୋଲ କରୁଛନ୍ତି। ନିଜ ବୋହୂକୁ ଏକୁଟିଆ ଛାଡି ଦେଇଥିବାରୁ ବଚ୍ଚନ ପରିବାରକୁ ଲୋକମାନେ ସମାଲୋଚନା କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟା ବଚ୍ଚନ ଏବଂ ତାଙ୍କ ମା ବ୍ରିନ୍ଦା ରାୟଙ୍କ ସହ ମୁମ୍ବାଇର ଜିଏସବି ଗଣପତି ପେଣ୍ଡଲରେ ପହଞ୍ଚିଥିଲେ। ଏଠାରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ସମୟର କିଛି ଫଟୋ ଅନଲାଇନରେ ଶେୟାର କରାଯାଇଛି ।

ବଲିଉଡର ଭେଟେରାନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ବିଷୟରେ ଗୁଜବ ଉଡୁଛି। ଏହି ସମୟରେ ତାଙ୍କ ପ୍ରଶଂସକମାନେ କୌଣସି ପ୍ରକାରେ ବଚ୍ଚନ ପରିବାର ଉପରେ କ୍ରୋଧ ପ୍ରକାଶ କରୁଛନ୍ତି। ପ୍ରାୟତଃ, ଐଶ୍ୱର୍ଯ୍ୟା ଅନେକ ସମୟରେ ତାଙ୍କ ଶାଶୁ ଘର ଲୋକଙ୍କଠାରୁ ଅଲଗା ରହୁଥିବାର ଦେଖାଯାଉଛି। ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Actress Aishwarya Rai got caught in the crowd | Argus News