Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ବିରଳ ରୋଗରେ ପୀଡ଼ିତ

Ritu Das
Browse all articles by Ritu Das
·2 years ago·1 min read
ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ବିରଳ ରୋଗରେ ପୀଡ଼ିତ

ଅର୍ଗସ ବ୍ୟୁରୋ: ‘ବାହୁବଳୀ’ ସିନେମାରେ ଦେବସେନାଙ୍କ ଭୂମିକା ନିଭାଇଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଏକ ଅଜବ ରୋଗ ହୋଇଛି। ଯାହାଫଳରେ ସେ ନିଜ ହସ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି। ଅଭିନେତ୍ରୀଙ୍କ କହିବା କଥା ହେଉଛି ସେ ଅଧିକାଂଶ ସମୟ‌ରେ ହସି ହସି ବେଦମ୍‌ ହୋଇଯାଆନ୍ତି। ବିଶ୍ବାସ ନହେଲେ ବି ଅନୁଷ୍କା ଯେଉଁ ରୋଗରେ ପୀଡ଼ିତ ତାହାକୁ ‘ସ୍ୟୁ‌ଡୋବୁଲ୍‌ବର୍‌ ଆଫେକ୍ଟ ବା ପିବିଏ’ କୁହାଯାଏ। ଏହି ରୋଗ ହେଲେ ଲୋକ ନିଜ ହସ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି।

ବିଶେଷ କରି ସୁଟିଂରେ କମେଡି ସିନ୍‌ ଚାଲିଥିବା ବେଳେ ଅଭିନେତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କିଛି ଦୃଶ୍ୟରେ ସେ ଏପରି ହସନ୍ତି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ପୂର୍ବ ସ୍ଥିତିକୁ ଫେରିପାରନ୍ତି ନାହିଁ। କେବଳ ହସ ନୁହେଁ, ଏହି ରୋଗ ହେଲେ କାନ୍ଦ ଉପରେ ବି ନିୟନ୍ତ୍ରଣ ରହେ ନାହିଁ। ଏହା ଏକ ସ୍ନାୟୁଗତ ବିକୃତି। ଯାହାକି ସିଧା ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଏହି ରୋଗ ଅନିୟନ୍ତ୍ରିତ ହସ ଓ କାନ୍ଦର କାରଣ ବନିଥାଏ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Actress Anushka | Argus News