|
logo
Live

Argus News - ଅଭିନେତ୍ରୀମାନେ ଫିଗର ବଜାୟ ରଖିଲେ ବିବାହ ପରେ ବି କାମ କରିପାରିବେ

Entertainment

ଅଭିନେତ୍ରୀମାନେ ଫିଗର ବଜାୟ ରଖିଲେ ବିବାହ ପରେ ବି କାମ କରିପାରିବେ

Ritu Das
Browse all articles by Ritu Das
·1 year ago·2 min read
ଅଭିନେତ୍ରୀମାନେ ଫିଗର ବଜାୟ ରଖିଲେ ବିବାହ ପରେ ବି କାମ କରିପାରିବେ

ଅର୍ଗସ ବ୍ୟୁରୋ: ଅକ୍ଷୟ କୁମାର ଏବେ ନିଜର ନୂଆ ଫିଲ୍ମ ‘ସିଂହମ୍ ଅଗେନ୍’ର ରିଲିଜ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ମହିଳାଙ୍କ ସହ ଜଡ଼ିତ ପ୍ରସଙ୍ଗରେ ସେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ବିବାହ ପରେ ମହିଳାଙ୍କ କ୍ୟାରିୟରକୁ ନେଇ ନିଜର ମତ ରଖିଥିଲେ ।

ଏହି ଭିଡିଓଟି ୧୯୯୦ ଦଶକର, ଯେଉଁଥିରେ ଅକ୍ଷୟ କୁମାର ବିବାହ ପରେ ନାୟିକାଙ୍କ ସହ କ’ଣ ହୋଇଥାଏ ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ଭିଡିଓରେ ସେ ନିଜର ଅନୁଭୂତି ସେୟାର କରି କହିଛନ୍ତି, ‘ମୁଁ ଏପରି ଭାବୁନାହିଁ, କିନ୍ତୁ ବାସ୍ତବରେ ଏମିତି ହେଉଛି ଯେ ବିବାହ ପରେ ନାୟିକା କାମ କରିବା ବନ୍ଦ କରିଦିଅନ୍ତି କିମ୍ବା ତାଙ୍କ ସ୍ୱାମୀ କାମ କରିବା ବନ୍ଦ କରିଦିଅନ୍ତି। ତେଣୁ ଏଗୁଡ଼ିକ ହେଉଛି ମୌଳିକ ଜିନିଷ । ତେଣୁ ସେ ଇଣ୍ଡଷ୍ଟ୍ରି ଛାଡି ଚାଲିଯାଆନ୍ତି ।

ବର୍ଷ ବର୍ଷ ଧରି ମୁଁ ଇଣ୍ଡଷ୍ଟ୍ରିରେ ଏହା ଦେଖିଛି। ଅକ୍ଷୟ କୁମାର ଆହୁରି ମଧ୍ୟ କହିଛନ୍ତି- ‘ମୁଁ ଭାବୁଛି ସେ ଏବେ ବି ଆଗକୁ ବଢିପାରିବେ, ସେମାନେ ନିଜର ଫିଗର ବଜାୟ ରଖିବା ଉଚିତ ଏବଂ ପର୍ଫେକ୍ଟ ହେବା ଉଚିତ୍। ଶେଷରେ ସେ ଜଣେ ନାୟିକା, ସେ ଆଗକୁ ବଢିପାରିବେ । ସେ ଏତେ ବର୍ଷ ଧରି ବଢ଼ୁଛନ୍ତି। ବିବାହ ପରେ ମଧ୍ୟ ସେ ଆଗକୁ ବଢିପାରନ୍ତି ଏବଂ ବିବାହ ପରେ ଅନେକ ନାୟିକା ଅଛନ୍ତି ଯେଉଁମାନେ ନିଜକୁ ବହୁତ ଭଲ ଭାବରେ ମେଣ୍ଟେନ୍ ରଖିଥାନ୍ତି । ଅକ୍ଷୟ କୁମାର ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଛନ୍ତି, ଯିଏ କି ବିବାହ ପରେ ମଧ୍ୟ କାମ ଜାରି ରଖିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦିଓ ବିବାହ ପରେ ସେ ଫିଲ୍ମରେ ନଜର ଆସିନଥିଲେ, ତଥାପି ତାଙ୍କର ନିଜର ୟୁଟ୍ୟୁବ ଚ୍ୟାନେଲ ରହିଛି ଏବଂ ତାଙ୍କର ନିଜସ୍ୱ ପ୍ରକାଶନ ରହିଛି ଯାହାର ନାମ ‘ଟ୍ୱିକ୍’। ଏହି ଡିଜିଟାଲ ମିଡିଆ କମ୍ପାନୀ ଆଧୁନିକ ଭାରତୀୟ ମହିଳାମାନେ ଅନେକ ଭିନ୍ନ ଭିନ୍ନ ପ୍ରସଙ୍ଗରେ କଥା ବାର୍ତ୍ତା କରିବା ଏବଂ ସେମାନଙ୍କ ଚିନ୍ତାଧାରା ବାଣ୍ଟିବାର ସୁଯୋଗ ପାଆନ୍ତି । ଟ୍ୱିଙ୍କଲ ଖାନ୍ନା ମଧ୍ୟ ଖବରକାଗଜ ପାଇଁ ସ୍ତମ୍ଭ ଲେଖନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
ଅଭିନେତ୍ରୀମାନେ ଫିଗର ବଜାୟ ରଖିଲେ ବିବାହ ପରେ ବି କାମ କରିପାରିବେ | Argus News