Videos
|
Entertainment

୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବେ ଆଦିତି

Ritu Das
Browse all articles by Ritu Das
·2 years ago·1 min read
୪୦୦ ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବେ ଆଦିତି

ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ରାଓ ହାଇଦରି ଖୁବଶୀଘ୍ର ନିଜ ଦୀର୍ଘ ଦିନର ପ୍ରେମିକ ତଥା ସାଉଥ ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଚଳିତବର୍ଷ ମାର୍ଚ୍ଚରେ ଗୁପ୍ତ ଭାବେ ନିର୍ବନ୍ଧ କରିଥିଲେ। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ତେଲେଙ୍ଗାନାର ଓ୍ବାନାପର୍ଥି ନିକଟସ୍ଥ ଶ୍ରୀରଙ୍ଗପୁରମ ମନ୍ଦିରରେ ଏହି କପଲଙ୍କର ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଶନିବାର ଏକ ଇଣ୍ଟରଭ୍ୟୁରେ ଆଦିତି ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। 

ଆଦିତି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଦ୍ଧାର୍ଥଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି। ଖୁବଶୀଘ୍ର ସିଦ୍ଧାର୍ଥଙ୍କ ସହ ତାଙ୍କର ବିବାହ ଓ୍ବାନାପର୍ଥିର ଏକ ୪୦୦ବର୍ଷର ପୁରୁଣା ମନ୍ଦିରରେ ହେବ ବୋଲି ଆଦିତି କହିଛନ୍ତି। ଆଦିତି ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ୨୦୨୧ରେ ରିଲିଜ ହୋଇଥିବା ଫିଲ୍ମ `ମହାସମୁଦ୍ରମ'ର ସେଟରେ ହୋଇଥିଲା। ଏହା ପରଠାରୁ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ଦୀର୍ଘ ୩ବର୍ଷ ଧରି ଉଭୟ ଆଦିତି ଓ ସିଦ୍ଧାର୍ଥ ରିଲେଶନସିପରେ ଥିବା ସହ ପରସ୍ପରକୁ ଡେଟ କରି ଆସୁଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: