ବିବାହର ୫ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ରୁବିନା

ଅର୍ଗସ ବ୍ୟୁରୋ: ବଧାଇ ହୋ ଟେଲିଭିଜନର ଛୋଟି ବୋହୂ ତଥା ରୁବିନା ଦିଲୈକ୍। ରୁବିନା ଦିଲୈକ ଖୁସି ଖବର ଦେଇଛନ୍ତି। ଏହି ଖୁସିଖବରଟି ହେଉଛି ରୁବିନା ଓ ଅଭିନବ ମା’ ଓ ବାପା ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି।
ଏହି ଖୁସିଖବରକୁ ଅଭିନେତ୍ରୀ ରୁବିନାଙ୍କ ପ୍ରଶିକ୍ଷକ ଜ୍ୟୋତି ପାଟିଲ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଜଣାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପରେ ସେ ସୋସିଆଲମିଡିଆରୁ ଏହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି। ଏହାପରେ ରୁବିନାଙ୍କ ଫ୍ୟାନ୍ସମାନେ ବି ଏଖବର ଶୁଣି ଖୁସି ହୋଇ ଅଭିନେତ୍ରୀଙ୍କୁ ମା’ ହେବାର ଶୁଭେଚ୍ଛା ଜଣାଇଥିଲେ। ରୁବିନା ଏବଂ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲା କିନ୍ତୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏ ପ୍ରସଙ୍ଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
୨୦୧୮ରେ ରୁବିନା ଅଭିନେତା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ। ବିବାହର ୫ବର୍ଷ ପରେ ରୁବିନା ଓ ଅଭିନବ ମା’ ଓ ବାପା ହେବାକୁ ଯାଉଛନ୍ତି ବୋଲି ଖୁସି ଖବରକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଜଣାଇଥିଲେ। ସେ ନିଜ ପ୍ରେଗ୍ନେନ୍ସି ପିରିୟଡକୁ ଖୁବ୍ ଏଞ୍ଜୟ ବି କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର