`ଆନିମଲ' ପରେ ଏବେ ଆଶିକି-୩ରେ ଲିଡ ରୋଲରେ ତୃପ୍ତି

ଅର୍ଗସ ବ୍ୟୁରୋ: ଆନିମଲ ଫେମ ତୃପ୍ତି ଡିମରି। ୨୦୨୩ ବର୍ଷ ତୃପ୍ତି ଡିମ୍ରିଙ୍କ ପାଇଁ ଏକ ଭଲ ବର୍ଷ ଥିଲା। ଆନିମଲରେ ରଣବୀର କପୁରଙ୍କ ସହ ଇଣ୍ଟିମେଣ୍ଟ ସିନ ଦେଇ ଲାଇମଲାଇଟକୁ ଆସିଥିଲେ। ଏହାପରେ ସେ ପାଲଟିଥିଲେ ଫ୍ୟାନ୍ସଙ୍କ ପାଇଁ ନ୍ୟାସନାଲ କ୍ରସ। ତେବେ ବର୍ଷ ଶେଷ ପୂର୍ବରୁ ଅଭିନେତ୍ରୀଙ୍କ ହାତରେ ରହିଛି ଆଉ ଏକ ବଡ଼ ଫିଲ୍ମ। ହଁ ତୃପ୍ତି ଖୁବଶୀଘ୍ର କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଥିବା ଦେଖିବାକୁ ମିଳିବ। ଖବର ଅନୁଯାୟୀ ଅନୁରାଗ ବସୁ ଏବଂ ଭୂଷଣ କୁମାର ଆଗାମୀ ଫିଲ୍ମ `ଆଶିକ ୩' ପାଇଁ ତୃପ୍ତିଙ୍କୁ ସାଇନ କରିଛନ୍ତି।
ରଣବୀର କପୁରଙ୍କ ପରେ ତୃପ୍ତି ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଆଶିକି ୩ରେ ରୋମାନ୍ସ କରିବେ। ଏହି ରୋମାଣ୍ଟିକ ଚଳଚ୍ଚିତ୍ର ପାଇଁ କାର୍ତ୍ତିକଙ୍କ ନାମ କିଛି ସମୟ ପୂର୍ବରୁ ଫାଇନାଲ ହୋଇଥିଲା। ଏବେ ତାଙ୍କ ନାୟିକାଙ୍କୁ ମଧ୍ୟ ଚୟନ କରାଯାଇଛି।
ତୃପ୍ତିଙ୍କ ସହ ମୁଭି କରିବେ ବୋଲି ଶୁଣି କାର୍ତ୍ତିକଙ୍କ ଫ୍ୟାନମାନେ ଖୁସି ହୋଇଯାଇଛନ୍ତି। ତେବେ ଫିଲ୍ମର ସୁଟିଂ ୨୦୨୪ର ପ୍ରଥମ ମାସରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ଅବଶିଷ୍ଟ କଳାକାରଙ୍କ ନାମ ଚୂଡ଼ାନ୍ତ ହୋଇନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର