ବିଗବସ ହାଉସରୁ ଫେରିବା ପରେ ବିକିଙ୍କ ମା' କହିଲେ ଏଭଳି କଥା

ଅର୍ଗସ ବ୍ୟୁରୋ: ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ। ଶାଶୁ ରଞ୍ଜନା ଜୈନ୍ ଦେଲେ ଏଭଳି ବୟାନ। ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜୈନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିକିଙ୍କ ମା’ ବିବାହ ପାଇଁ ତାଙ୍କ ପରିବାର ରାଜି ନଥିଲେ ବୋଲି କହିଛନ୍ତି।
Vicky's mother revealed that the family was not in support of Vicky's marriage to Ankita. 😳😳pic.twitter.com/bS3fuoDb5Z
— #BiggBoss_Tak👁 (@BiggBoss_Tak) January 9, 2024
ପିଙ୍କଭିଲ୍ଲାକୁ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, “ବିକି ଅଙ୍କିତାଙ୍କୁ ବିବାହ କରିଥିଲା। ଆମେ ସେମାନଙ୍କ ବିବାହକୁ ସମର୍ଥନ କରୁ ନ ଥିଲୁ। ବିକି ବିବାହ କରି ଦାୟିତ୍ବ ନେବାକୁ ପ୍ରସ୍ତୁତ ଥିବାରୁ ଆମେ କିଛି କହି ନ ଥିଲୁ।
📱 Get Argus News App
✨ବିଗ୍ ବସ୍ ୧୭ ଆରମ୍ଭରୁ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅନେକ ଥର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଥା ବାରମ୍ବାର କହୁଛନ୍ତି। ଯାହା ମୋତେ କଣ କାହାକୁ ବି ଭଲ ଲାଗୁ ନ ଥିବ। ଗେମ ଖେଳିବାକୁ ଯାଇଛନ୍ତି କିନ୍ତୁ ସୁଶାନ୍ତ ନା କହି ସହାନୁଭୂତି ପାଇବାକୁ କାହିଁକି ଚେଷ୍ଟା କରୁଛନ୍ତି ମୁଁ ବୁଝି ପାରୁନି। ଏହା ସହ ଅଙ୍କିତା ଭଲ ବୋହୂ କି ନାହିଁ ବୋଲି ପଚରାଯାଇଥିବା ବେଳେ ସେ କହିଛନ୍ତି, ବୋହୂ ତ ଭଲ। ହେଲେ ଏବେ ସୋ’ରେ ତାଙ୍କ ଭଲ ପଣିଆ ଦିଶୁନାହିଁ। ବୁଝେଇକି ଆସିଛି ତା'ପରେ ସେ ବୁଝିଲେ ଭଲ କଥା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର