Videos
|
Entertainment

ଝିଅ ଜନ୍ମ ପରେ ପ୍ରଥମଥର କନସର୍ଟରେ ନଜର ଆସିଲେ ଦୀପିକା ପାଦୁକୋନ

Ritu Das
Browse all articles by Ritu Das
·1 year ago·1 min read
ଝିଅ ଜନ୍ମ ପରେ ପ୍ରଥମଥର କନସର୍ଟରେ ନଜର ଆସିଲେ ଦୀପିକା ପାଦୁକୋନ

ଅର୍ଗସ ବ୍ୟୁରୋ: ଏବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଝିଅ ଦୁଆ ପାଦୁକୋନ ସିଂଙ୍କ ଦେଖାଶୁଣାରେ ନିଜକୁ ବ୍ୟସ୍ତ ରଖିଛନ୍ତି। ରଣବୀର ସିଂ ଓ ଦୀପିକା ପାଦୁକୋନ ସେମାନଙ୍କର ପ୍ରଥମ ସନ୍ତାନ ଦୁଆକୁ ସେପ୍ଟେମ୍ବର ୮,୨୦୨୪ରେ ଏ ଦୁନିଆକୁ ସ୍ୱାଗତ କରିଥିଲେ। ମା' ହେବା ପରେ ଏବେ ଦୀପିକା ନିଜକୁ ଫିଲ୍ମଠାରୁ ଦୁରେଇ ରଖିଛନ୍ତି। ସେପ୍ଟେମ୍ବରରେ ମା' ହୋଇଥିବା ଦୀପିକା ନିଜ ଫିଲ୍ମ 'ସିଂଘମ ରିଟର୍ନସ'ର ପ୍ରଚାରରୁ ମଧ୍ୟ ନିଜକୁ ଦୂରରେ ରଖିଥିଲେ।

ମା' ହେବାର ୩ ମାସ ପରେ ଏବେ ଦୀପିକା ସର୍ବସାଧାରଣରେ ନଜର ଆସିଛନ୍ତି। ନିକଟରେ ବେଙ୍ଗାଲୁରୁରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟରେ ହୋଇଥିଲା।  ଏହି କନ୍ସର୍ଟରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସେ ମଞ୍ଚରେ ପହଞ୍ଚି ଦିଲଜିତଙ୍କୁ କନ୍ନଡ କହିବା ଶିଖାଇବା ସହ ତାଙ୍କ ଗୀତ 'ଲଭର'ରେ ନାଚିଥିଲେ। ଏହା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। 

ସୂଚନା ମୁତାବକ, ଡିସେମ୍ବର ୬ ତାରିଖରେ ବେଙ୍ଗାଲୁରୁରେ ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ଅନୁଷ୍ଠିତ ହୋଇଥିଲା, ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ପାଦୁକୋନଙ୍କୁ ମଞ୍ଚରେ ଦେଖି ଉପସ୍ଥିତ ଲୋକେ ଖୁସିରେ ପାଟି କରୁଥିବା ଭିଡିଓରେ ଦେଖାଯାଇଛି। ଦୀପିକାଙ୍କ ପାଇଁ ଦିଲଜିତ ଦୋସାଞ୍ଜ 'ଲଭର୍' ଗୀତ ଗାଉଛନ୍ତି, ଯେଉଁଥିରେ ଦୀପିକା ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଛି। ଗୀତ ଗାଇ ସାରିବା ପରେ  ଦିଲଜିତ୍, ଦୀପିକାଙ୍କୁ ସ୍ୱାଗତ କରି ତାଙ୍କର ପ୍ରଶଂସା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After the | Argus News