Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା

ଅର୍ଗସ ବ୍ୟୁରୋ:  କଣ ଏମିତି କହିଗଲେ ଜୟା ବଚ୍ଚନ। ସମସ୍ତଙ୍କ ସାମ୍ନାରେ ଏମିତି କହିଗଲେ ଜୟା। ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ। ଷ୍ଟେଜ ଉପରେ ଏମିତି କଣ କହିଲେ ଯେ ଜୟା ବଚ୍ଚନ, ଯାହା ଶୁଣିବା ମାତ୍ରକେ  ସ୍ୱାମୀଙ୍କ ସହ ବସିଥିବା ଐଶ୍ୱ ର୍ଯ୍ୟା ରାୟ କାନ୍ଦି ପକାଇଲେ। ଯେଉଁ କବର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଦୀର୍ଘ ଦିନ ଧରି  ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ ନଥିବା କୁହାଯାଉଛି । ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସଂପର୍କ ଏପରି ଥିଲା ଯେ, ସେ ନିଜ ବୋହୂର ପ୍ରଶଂସା ନ କରି ରହିପାରୁନଥିଲେ ।

କିନ୍ତୁ ବର୍ତ୍ତମାନ ଏଭଳି କଣ ହେଲା କେଜାଣି କାହିଁକି କେହି ବି ଐଶ୍ୱ ର୍ଯ୍ୟାଙ୍କ ସହ କେଉଁଠି ବି ନଜର ଆସୁନାହାନ୍ତି। କୁହାଯାଉଛି ଯେ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି । ହେଲେ ଏହି ଖବରୁ ନେଇ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ । କିନ୍ତୁ ଅଭିଷେକ ଏବଂ ଐଶ୍ୱ ର୍ଯ୍ୟାଙ୍କୁ ଏକାଠି ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଗପଶପ କି ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ କହିବାକୁ ଗଲେ ଐଶ୍ୱ ର୍ଯ୍ୟା ରାୟ ବଚ୍ଚନ ପରିବାରରେ ଖୁସିରେ ଅଛନ୍ତି କି ନାଇଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଥିଲା। ଏଭଳି ଏକ ଖବର ବର୍ତ୍ତମାନ ଭାଇରାଲ ହେଉଛି । ଜୟା ବଚ୍ଚନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଅନେକ କଥା କହିଥିଲେ, ଯାହାକୁ ଶୁଣି ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଜୟା ବଚ୍ଚନ ଏକ ଆୱାର୍ଡ ଫଙ୍ଗସନ ସମୟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହ ପରେ କହିଥିଲେ ଯେ, ଏକ ଲଭଲୀ ଗାର୍ଲର ଶାଶୁ ହୋଇସାରିଛି । ତାଙ୍କ ଭିତରେ ବହୁତ ଗୁଣ ଏବଂ ତାଙ୍କ ମୁହଁରେ ସର୍ବଦା ହସ ରହିଥାଏ ।

ସେ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ଆହୁରି କହିଛନ୍ତି ଯେ, ସମଗ୍ର ପରିବାର ତୁମକୁ ବହୁତ ଭଲପାଏ ଏବଂ ବଚ୍ଚନ ପରିବାରକୁ ଆପଣଙ୍କୁ ସ୍ୱାଗତ । ଯେବେ ଜୟା ବଚ୍ଚନ ଷ୍ଟେଜ ଉପରେ ସ୍ପିଚ୍ ଦେଉଥିଲେ, ସେହି ସମୟରେ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ବସିଥିଲେ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ କିଛିଦିନ ହେବ ବଚ୍ଚନ ପରିବାର ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଯଦି ସେମାନଙ୍କ ପରିବାରରେ ସବୁ କିଛି ଠିକ ଚାଳିଛି ତେବେ କାହିଁକି ଏଭଳି ଗୁଜବ ଉଠୁଛି କି ଦୁହେଁ ଅଲଗା ହେବାକୁ ଯାଉଛନ୍ତି। ଏହା ସତ କି ମିଛ ତାହା ତ ଆଗାମୀ ଦିନରେ ଜଣାପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
 

Sponsored
Aishwarya cried after hearing Jaya Bachchan's words in stage | Argus News