୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
·2 years ago·1 min read

ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଥିଲେ ସେ । ଅନ୍ତର୍ଜାତୀୟ ମଞ୍ଚରେ ଅଭିନେତ୍ରୀଙ୍କ ଏଭଳି ଲୁକ୍ ବେଶ ସୁନ୍ଦର ଦିଶୁଥିଲା ।
ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ନିକଟରେ ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏହାସତ୍ତ୍ବେ ବି ବଲିଉଡର ଏହି ୫୦ ବର୍ଷୀୟ ଅଭିନେତ୍ରୀ କାନ୍ସର ମଞ୍ଚରେ ଚମକିଛନ୍ତି । ତେବେ ମେ' ୧୪ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ମେ' ୨୫ ଯାଏ ଚାଲିବ। ଅତି ସୁନ୍ଦର ଦିଶୁଥିଲେ ଐଶ୍ବର୍ଯ୍ୟ। ତାଙ୍କ ଝିଅ ଏତେ ବଡ଼ ହୋଇଥିଲେ ବି ଏବେବି ସେତିକି ସୁନ୍ଦର ଦିଶୁଥିଲେ। ଆପଣ ବି ଦେଖିଲେ ଫ୍ୟାନ ହୋଇଯିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: