Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା

ଅର୍ଗସ ବ୍ୟୁରୋ: ଏକାଠି ନଜର ଆସିଲେନି ଅଭିଷେକ-ଐଶ୍ୱର୍ଯ୍ୟା। ଲାଗୁଛି ଅଲଗା ହେବା ଖବର ସତ। ଖୁବଶୀଘ୍ର ଅଲଗା ହୋଇପାରନ୍ତି ଅଭିଷେକ-ଐଶ୍ୱର୍ଯ୍ୟା। ଅନନ୍ତ ଏବଂ ରାଧିକାଙ୍କ ବିବାହରେ ଅଲଗା ଅଲଗା ଏହି ଯୋଡିଙ୍କୁ ଦେଖିବାକୁ ମିଳିଥିଲା। ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ ବଚ୍ଚନ ଫ୍ୟାମିଲି। ଏହି ସମୟ ମଧ୍ୟରେ ପୁରା ବଚ୍ଚନ ପରିବାରକୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓରେ ଅମିତାଭ, ଜୟା, ଅଭିଷେକ , ବିଗ୍‌ ବି ଙ୍କ ଝିଅ ଶ୍ୱେତା ଏବଂ ତାଙ୍କ ଜ୍ୱାଇଁ ଏକାଠି ନଜର ଆସିଥିଲେ। ନାତୁଣୀ ନଭ୍ୟା ନାଭେଲି ନନ୍ଦା ଏବଂ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିଥିଲେ। ହେଲେ ଅଲଗା ଆସିଥିଲେ ଐଶ୍ୱର୍ଯ୍ୟା। ଆଉ ତାଙ୍କ ସହ ଥିଲେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ। ଏହା ଦେଖିବା ପରେ ପୁଣିଥରେ ସେମାନଙ୍କ ବୈବାହିକ ଜୀବନରେ କିଛି ଠିକ୍‌ ଚାଲିନଥିବା ଶୁଣିବାକୁ ମିଳୁଛି।ବୋଧହୁଏ ଅଭିଷେକ-ଐଶ୍ୱ ର୍ଯ୍ୟା ଅଲଗା ହେବାକୁ ଯାଉଛନ୍ତି। ଯେଉଁଥି ପାଇଁ ବଚ୍ଚନ ପରିବାର ସହ ପ୍ରବେଶ କରିନଥିଲେ ଐଶ୍ୱର୍ଯ୍ୟା। 

ନିକଟରେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ବହୁ ବଲିଉଡ ସେଲିବ୍ରେଟି ସାମିଲ ହୋଇଥିଲେ। ଏହି ଉତ୍ସବରେ ବଲିଉଡ ସହ ବହୁ ଟଲିଉଡ ଏବଂ ହଲିଉଡ କଳାକାର ବି ଗ୍ରାଣ୍ଡ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ନିମନ୍ତ୍ରଣ ରଖି ସାମିଲ ହୋଇଥିଲେ ବଚ୍ଚନ ପରିବାର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aishwarya Rai, Abhishek Bachchan Divorce Rumours Spark Again | Argus News