Videos
|
Entertainment

ଫ୍ୟାମିଲି ସହ ବିଶ୍ୱ ସୁନ୍ଦରୀ, ପାଖରେ ନାହାନ୍ତି ସ୍ୱାମୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫ୍ୟାମିଲି ସହ ବିଶ୍ୱ ସୁନ୍ଦରୀ, ପାଖରେ ନାହାନ୍ତି ସ୍ୱାମୀ

ଅର୍ଗସ ବ୍ୟୁରୋ:  ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ। ଦୁହେଁ ଅଲଗା ହୋଇଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି କି ଐଶ୍ୱର୍ଯ୍ୟା-ଅଭିଷେକ ଅନନ୍ତ-ରାଧିକାଙ୍କ ବିବାହରେ ପୃଥକ ଭାବରେ ପହଞ୍ଚିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଅନେକ ଆଲୋଚନା ପରେ ବି ଦୁହେଁ ମୁହଁ ଖୋଲିନାହାନ୍ତି। ଏହି ସମୟରେ ମଙ୍ଗଳବାର ଦିନ ଐଶ୍ୱର୍ଯ୍ୟା ରାୟ ତାଙ୍କ ପରିବାର ସହିତ ସମୟ ବିତାଉଥିବାର ନଜର ଆସିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ମଧ୍ୟରେ ଏହି ଅଭିନେତ୍ରୀ ତାଙ୍କ ଝିଅ ଏବଂ ତାଙ୍କ ମାଆଙ୍କ ସହ ଏକ ବ୍ୟକ୍ତିଗତ ଜନ୍ମଦିନ ଭୋଜିରେ ଯୋଗଦେବାକୁ ନଜର ଆସିଥିଲେ। କିନ୍ତୁ ଅଭିଷେକ ବଚ୍ଚନଙ୍କୁ ପାର୍ଟୀରେ ଦେଖିବାକୁ ମିଳି ନଥିଲା। ଏହି ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ପରିବାରମାନଙ୍କ ସହ ନଜର ଆସିଛନ୍ତି। ଏହା ବ୍ୟତୀତ ତାଙ୍କର କିଛି ସମ୍ପର୍କୀୟ ତାଙ୍କ ସହ ଅଛନ୍ତି। ଫଟୋରେ ଆରାଧ୍ୟା ତାଙ୍କ ସ୍କୁଲ ଜର୍ସିରେ ନଜର ଆସିଛନ୍ତି।

ଏହି ଫଟୋ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କୀୟଙ୍କ ସହ ସେୟାର କରାଯାଇଛି। ଯାହାଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଯୋଗ ଦେଇଥିଲେ। ଫଟୋ ସେୟାର କରିବାବେଳେ ସେ ତାଙ୍କର ବନ୍ଧୁ ଏବଂ ଫ୍ୟାନ୍ସଙ୍କୁ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଫଟୋରୁ ଅଭିଷେକଙ୍କ ଗାଏବ ଥିବା ନେଇ ନାନା ପ୍ରଶ୍ନ ଉଠୁଛି । ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ବିଷୟରେ ଗୁଜବ ଅନେକ ମାସ ଧରି ଚାଲିଆସୁଛି। ଅଭିଷେକ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ ୧୭ ବର୍ଷ ହେବ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି। କେତେବେଳେ କୁହାଯାଉଛି କି ଅଭିଷେକଙ୍କର ଆଉ କାହା ସହ ସମ୍ପର୍କ ଗଢ଼ି ଉଠିଲାଣି , ସେଥିପାଇଁ ସେ ଅଲଗା ରହୁଛନ୍ତି। ଏହା କେତେଦୂର ସତ କି ମିଛ ତାହା ତ ଜଣାନାହିଁ। କିନ୍ତୁ ଏହି ଯୋଡି ଆଉ ,କାଠି ନଜର ଆସୁନଥିବାବାରୁ ଗୁଜବକୁ ସତ ମାନୁଛନ୍ତି ପ୍ରଶଂସକ।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Aishwarya Rai Bachchan attends a cousin's birthday party with Aaradhya | Argus News