Videos
|
Entertainment

ବିବାଦ ଭିତରେ ଶାଶୁ ଘର ମୁହାଁ ହେଲେ ଐଶ୍‌

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିବାଦ ଭିତରେ ଶାଶୁ ଘର ମୁହାଁ ହେଲେ ଐଶ୍‌

ଅର୍ଗସ ବ୍ୟୁରୋ:  ଶାଶୁଘରେ ପହଞ୍ଚିଲେ ବୋହୂ। ଏମିତି ସେମିତି ବୋହୂ ନୁହଁନ୍ତି ମ... ଆମେ କହୁଛୁ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ କଥା। ଅନେକ ଦିନ ଧରି ଯେଉଁ ବିବାଦ ଲାଗି ରହିଥିଲା, କୁହାଯାଉଛି କି ବର୍ତ୍ତମାନ ଏଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ମାନେ ଐଶ୍ୱ ର୍ଯ୍ୟା ଏବଂ ଅଭିଶେକଙ୍କର ଆଉ ହେବ ନାହିଁ ବିଚ୍ଛେଦ। ଦୁହେଁ ଏକାଠି ରହିବେ। ଯାହାକୁ କନଫର୍ମ କଲେ ଅଭିନେତ୍ରୀ। ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନେଇ କେବେ ବି କିଛି ମୁହଁ ଖୋଲିନଥିଲେ ଦୁହେଁ। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍‌ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଐଶ୍ୱର୍ଯ୍ୟା ରାୟ ନିଜ କାରରେ ଜଲସାରେ ପହଞ୍ଚିଥିଲେ।

ଏହି ସମୟରେ ତାଙ୍କୁ ସବୁଜ ରଙ୍ଗର ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା। ହେଲେ କାହିଁକି ଯାଇଥିଲେ, ତାହା ତ ଏଯାଏଁ ଜଣାନାହିଁ। ଅନ୍ୟପଟେ ଚର୍ଚ୍ଚା ହେଉଛି କି କଣ ସବୁ କିଛି ଠିକ ହେୋାଇଗଲା ନା ସମାଧାନ ପାଇଁ ସାଠାରେ ପହଁଞ୍ଚିଥିଲେ ଐଶ୍ୱ ର୍ଯ୍ୟା। ଅନେକ ଦିନ ହେବ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବାର ଖବର ଆଲୋଚନ ଚାଲିଛି। ଅନନ୍ତ ଅମ୍ବାନୀଙ୍କ ବିବାହରେ ଉଭୟ ପୃଥକ ଭାବରେ ପହଞ୍ଚିଥିଲେ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ସହିତ ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ଅଭିଷେକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ଦମ୍ପତିଙ୍କ ଛାଡପତ୍ରର ଗୁଜବ ଆହୁରି ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଏକାଠି ଦେଖିବା, ଲାଗୁଛି ଯେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି। ଐଶ୍ୱର୍ଯ୍ୟା ରାୟ ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ ଅର୍ଥାତ୍‌ ୨୦୧୧ରେ ଆରାଧ୍ୟା ଜନ୍ମ ହୋଇଥିଳେ।

ଅନ୍ୟପଟେ ଦୁବାଇ ବିମାନବନ୍ଦରରେ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ତିନିଜଣ ଏକ ବସ୍‌ରେ ଚଢିଥିବାର ନଜର ଆସିଥିଲେ। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ମଧ୍ୟ କହୁଛନ୍ତି କି, ଏହା କଣ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ନା ସବୁ କିଛି ଠିକ ଚାଲିଛି ଦେଖାିବା ପାଇଁ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: