Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସବୁଠାରୁ ଅଧିକ ମହଙ୍ଗା ଷ୍ଟାର ଏହି ଅଭିନେତା

Entertainment

ସବୁଠାରୁ ଅଧିକ ମହଙ୍ଗା ଷ୍ଟାର ଏହି ଅଭିନେତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସବୁଠାରୁ ଅଧିକ ମହଙ୍ଗା ଷ୍ଟାର ଏହି ଅଭିନେତା

ଅର୍ଗସ ବ୍ୟୁରୋ:  ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ। ଏଥର ଦୀପାବଳୀରେ ପରଦାକୁ ଧମାଲ କରିବ ‘ସିଙ୍ଘମ୍ ଅଗେନ । ଏହି ଟ୍ରେଲର ଦେଖିବା ପରେ ଅଜୟ ଦେବଗନଙ୍କୁ ପୁଣି ଥରେ ‘ସିଙ୍ଘମ୍’ ଭାବରେ ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି । ସବୁଠି ଏବେ ‘ସିଙ୍ଘମ୍ ଅଗେନ’କୁ ନେଇ ଚର୍ଚ୍ଚା। ଗୋଟିଏ ଚଳଚ୍ଚିତ୍ରରେ ଅନେକ ତାରକାଙ୍କ ଝଲକ ଦେଖିବାକୁ ମିଳିବ । ଏହା ସହିତ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଷ୍ଟାର କେତେ ଫି ଆଦାୟ କରିଛନ୍ତି?
ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ମଧ୍ୟ ଅଛନ୍ତି। ବର୍ତ୍ତମାନ ଏହି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଫି ଆଦାୟ କରିଛନ୍ତି? ତାହା ମଧ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୀପିକା ଲେଡି ସିଙ୍ଘମ୍ ଅର୍ଥାତ୍ ଶକ୍ତି ଶେଟ୍ଟୀ ପାଇଁ ୬କୋଟି ଟଙ୍କା ନେଇଥିବାବେଳେ ସିମ୍ବା ଅର୍ଥାତ୍ ରଣବୀର ସିଂ ୧୦ କୋଟି ଟଙ୍କା ଫିଲ୍ମ ନେଇଛନ୍ତି। ରଣବୀର ସିଂ ଏହି ଚଳଚ୍ଚିତ୍ରରେ ଦୀପିକାଙ୍କ ଠାରୁ ଅଧିକ ଫି ନେଇଛନ୍ତି । ସବୁଠାରୁ ବଡ କଥା ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅକ୍ଷୟ ୨୦ କୋଟି ଟଙ୍କା ନେଇଛନ୍ତି ।

ଏହି ଫିଲ୍ମରେ ସିଙ୍ଘମଙ୍କ ପତ୍ନୀ ଅବନୀ କାମତାଙ୍କ ଭୂମିକାରେ କରୀନା କପୁର ନଜର ଆସିବେ। ଏହି ଚଳଚ୍ଚିତ୍ରରେ କରୀନାଙ୍କର ଦମ୍‌ଦାର ଡାଏଲଗ୍‌ ଅଛି। ପୁରା ଫିଲ୍ମ କରୀନା କପୁରଙ୍କ ଚରିତ୍ର ଉପରେ ଆଧାରିତ । ଏଭଳି ପରିସ୍ଥିତିରେ କରୀନା ଏହି ଚଳଚ୍ଚିତ୍ର କରିବା ପାଇଁ ୧୦ କୋଟି ଟଙ୍କା ନେଇଛନ୍ତି। ବର୍ତ୍ତମାନ ଫିଲ୍ମର ଭିଲେନ୍ ବିଷୟରେ କହିବାକୁ ଗଲେ ଅର୍ଜୁନ କପୁର, ୬ କୋଟି ଟଙ୍କା ନେଇଛନନ୍ତି । ଏ ଟାଇଗର ଶ୍ରଫ କେବଳ ୨ କୋଟି ଟଙ୍କାରେ ଏସିପି ସତ୍ୟ ହେବାକୁ ରାଜି ହୋଇଥିଲେ।
ଏହି ଚଳଚ୍ଚିତ୍ରର ସବୁଠାରୁ ମହଙ୍ଗା ତାରକା କିଏ ଏବଂ ରୋହିତ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ର କରିବା ପାଇଁ ସେ କେତେ କୋଟି ଟଙ୍କା ଆଦାୟ କରିଛନ୍ତି?

ଆସନ୍ତୁ ଆପଣଙ୍କୁ ଫିଲ୍ମର ମୁଖ୍ୟ ଅଭିନେତା ଅଜୟ ଦେବଗାନଙ୍କ ଫି’ ବିଷୟରେ କହିବା ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅଜୟ ସିଙ୍ଘମ୍‌ ପାଇଁ ୩୫ କୋଟି ଟଙ୍କା ଆଦାୟ କରିଛନ୍ତି। ସେ ହେଉଛନ୍ତି ଫିଲ୍ମର ସବୁଠାରୁ ଦାମୀ ଅଭିନେତା । ଏଡି ଫିଲ୍ମଟି ଦୀପାବଳୀରେ ଧମାଲ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଏହାକୁ ଦେଖିବା ପାଇଁ ଏବେଠୁ ଉତ୍ସାହ ବଢ଼ିଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Argus Whatsapp Channel Mobile Top
Sponsored
Ajay Devgn’s Paycheck 483% Higher Than Deepika Padukone, 11.6 Times More Than Tiger Shroff – Here’s What Others Got! | Argus News