Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଲଟି ପଡିଲା ସାଉଥ୍ ଷ୍ଟାରଙ୍କ କାର୍‌, କିପରି ଅଛନ୍ତି କିଛି ସୂଚନା ନାହିଁ...

Entertainment

ଓଲଟି ପଡିଲା ସାଉଥ୍ ଷ୍ଟାରଙ୍କ କାର୍‌, କିପରି ଅଛନ୍ତି କିଛି ସୂଚନା ନାହିଁ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଲଟି ପଡିଲା ସାଉଥ୍ ଷ୍ଟାରଙ୍କ କାର୍‌, କିପରି ଅଛନ୍ତି କିଛି ସୂଚନା ନାହିଁ...

ଅର୍ଗସ ବ୍ୟୁରୋ:  ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଜିତଙ୍କ କାର ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।  ଅଜିତ କାରରେ ଷ୍ଟଣ୍ଟ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ କାରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ତେବେ କାର ଓଲଟି ପଡ଼ିବା ପରେ ଘଟଣାସ୍ଥଳରେ ଶୁଟିଂ ଟିମ୍ ପହଞ୍ଚିବା ସହିତ କାର ଭିତରେ ଥିବା ଅଜିତ ଓ ଅନ୍ୟ ଅଭିନେତାଙ୍କ କାରରୁ ବାହାର କରିଥିଲେ । ଏହି ଘଟଣା ବାବଦରେ ଅଧିକ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ ।

ସେମାନେ ଅଜିତଙ୍କର ସୁସ୍ଥ ଜୀବନ କାମନା କରିଛନ୍ତି ।  ଅଜରବୈଜାନରେ ଅଜିତ ତାଙ୍କର ଫିଲ୍ମ ‘ବିଦା ମୁୟାରଚି’ର ଆକ୍ସନ ସିନ୍ ଶୁଟିଂ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ଅଜିତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇବା ପରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଏବେ ନିରାଶା ଭରି ଯାଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored