Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ଅକ୍ଷୟ କୁମାରଙ୍କ ଭାଣିଜୀ ସିମରଙ୍କର ବଲିଉଡ ଡେବ୍ୟୁ...ଏହି ଫିଲ୍ମରେ ଆସିବେ ନଜର

Ritu Das
Browse all articles by Ritu Das
·7 months ago·2 min read
ଅକ୍ଷୟ କୁମାରଙ୍କ ଭାଣିଜୀ ସିମରଙ୍କର ବଲିଉଡ ଡେବ୍ୟୁ...ଏହି ଫିଲ୍ମରେ ଆସିବେ ନଜର
akshya

Key Points

ଫିଲ୍ମ ‘ଇକ୍କିସ୍’ ଜରିଆରେ ବଲିଉଡ ଏଣ୍ଟ୍ରି କରିବେ ଖିଲାଡ଼ି କୁମାରଙ୍କ ଭାଣିଜୀ ସିମର ଭାଟିୟା ।
ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ପରିବାରରୁ ଜଣେ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଦେଖିବାକୁ ଖୁବ ସୁନ୍ଦରୀ ମଧ୍ୟ। ଫିଲ୍ମ ‘ଇକ୍କିସ୍’ ଜରିଆରେ ବଲିଉଡ ଏଣ୍ଟ୍ରି କରିବେ ଖିଲାଡ଼ି କୁମାରଙ୍କ ଭାଣିଜୀ ସିମର ଭାଟିୟା । ତାଙ୍କ ଡେବ୍ୟୁକୁ ନେଇ ଅକ୍ଷୟ ଖୁବ୍ ଉତ୍ସାହିତ ଓ ଭାବୁକ ହୋଇଛନ୍ତି । ‘ଇକ୍କିସ୍’ରୁ ସିମରଙ୍କ ପୋଷ୍ଟର୍ ସୋସିଆଲ ମିଡିଆରେଶେୟାର କରି ସେ ନିଜର ଖୁସି ଓ ଭାବନା ବ୍ୟକ୍ତ କରିଛନ୍ତି ।



ଯେଉଁ କୁନି ଝିଅକୁ ସେ କୋଳରେ ଧରି ବୁଲୁଥିଲେ,ତାକୁ ଆଜି ଫିଲ୍ମ ଦୁନିଆରେ ପାଦ ଥାପିବାର ଦେଖିବା ଅକ୍ଷୟଙ୍କ ପାଇଁ ଅତ୍ୟନ୍ତ ଆବେଗ ଭରା ମୁହୂର୍ତ୍ତ ହୋଇଛି। ଯାତ୍ରା ଜଟିଳ, କିନ୍ତୁ ସେହି ଚମକ, ସଚ୍ଚୋଟତା ଓ ଦୃଢ଼ସଂକଳ୍ପ ସହିତ ସିମର ଆଗକୁ ବଢ଼ିବେ ବୋଲି ଅକ୍ଷୟଦୃଢ଼ତାର ସହ କହିଛନ୍ତି । ସିମର, ମୁଁ ଦେଖିଛି ଯେ ତୁମେ ଏକ ଲାଜକୁଳା ଛୋଟ ଝିଅରୁ ଏହି ଆତ୍ମବିଶ୍ୱାସୀ ଯୁବତୀ ପାଲଟିଛ ଯିଏ ତାଙ୍କ ମାଆଙ୍କ ପଛରେ ଲୁଚି ରହୁଥିଲା, ଏବେ କିନ୍ତୁ ଯେପରି ସେ କ୍ୟାମେରା ସାମ୍ନା କରିବାକୁ ପ୍ରସ୍ତୁତ। ଯେପରି ସେ ଏଥିପାଇଁ ଜନ୍ମ ହୋଇଥିଲେ," ଅକ୍ଷୟ ଲେଖିଛନ୍ତି। ଜାତୀୟ ସମ୍ମାନ ବିଜେତା ଶ୍ରୀରାମରାଘବନଙ୍କ ଫିଲ୍ମ ‘ଇକ୍କିସ୍’ ଭାରତର ସବୁଠୁ କମ୍ ବୟସ୍କପରମବୀର ଚକ୍ର ବିଜେତା ଲେଫ୍ଟନାଣ୍ଟ୍ ଅରୁଣ କ୍ଷେତ୍ରପାଲଙ୍କ କାହାଣୀ ଉପରେ ପର୍ଯ୍ୟବସିତ ।

ଏଥିରେ ଅମିତାଭଙ୍କ ନାତିଅଗସ୍ତ୍ୟ ନନ୍ଦା ଅରୁଣ କ୍ଷେତ୍ରପାଲ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଦିବଂଗତ ଅଭିନେତା ଧର୍ମେନ୍ଦ୍ର ତାଙ୍କ ବାପା ଭୂମିକାରେପରଦାକୁ ଆସିବେ । ଏହା ତାଙ୍କର ଶେଷ ଫିଲ୍ମ । ଆସନ୍ତା ୨୫ତାରିଖରେ ସିନେମା ଘରକୁ ଆସିବ ‘ଇକ୍କିସ୍’ ।

ଅଧିକ ପଢ଼ନ୍ତୁ: ମନ୍ଥା ଏବଂ ରାଜ ନିଦିମୋରୁଙ୍କ ବିବାହର ଚାରି ଦିନ ପରେ, ପୂର୍ବତନ ପତ୍ନୀ ମୁହଁ ଖୋଲିଲେ

ଚର୍ଚ୍ଚାରେ ରାଜ ସାମନ୍ଥାଙ୍କ ବିବାହ। ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁ ସିକ୍ରେଟ୍ ୱେଡିଂ କରିଛନ୍ତି। ସେମାନଙ୍କ ବିବାହ ଖବର ଆସିବା ପରଠୁ, ରାଜଙ୍କ ପୂର୍ବ ପତ୍ନୀ ଶ୍ୟାମଳୀ ଦେଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। କେତେକ ଦାବି କରିଛନ୍ତି ଯେ ରାଜ ଏବଂ ଶ୍ୟାମଳୀଙ୍କ ବିବାହ ବିଚ୍ଛେଦ ହୋଇନାହିଁ। କିଛି ୟୁଜର୍ସ ଶ୍ୟାମଳୀଙ୍କୁ ସମର୍ଥନ କରୁଛନ୍ତି ଏବଂ ସାମନ୍ଥାଙ୍କୁ ଟ୍ରୋଲ୍ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ ସାମନ୍ଥା ଜଣେ ଘରଭାଙ୍ଗୀ । ସେ ରାଜ ଏବଂ ଶ୍ୟାମଳୀଙ୍କ ବିବାହ ଭାଙ୍ଗି ଦେଇଛନ୍ତି। ଲୋକମାନେ ଶ୍ୟାମଳୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akshay Kumar’s Niece Simar Set for Bollywood Debut | Argus News