Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନନ୍ତଙ୍କ ବିବାହରେ ସାମିଲ ହେବେନି ଅକ୍ଷୟ...

Entertainment

ଅନନ୍ତଙ୍କ ବିବାହରେ ସାମିଲ ହେବେନି ଅକ୍ଷୟ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅନନ୍ତଙ୍କ ବିବାହରେ ସାମିଲ ହେବେନି ଅକ୍ଷୟ...

ଅର୍ଗସ ବ୍ୟୁରୋ:  ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ। ଏଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏହାସହ ଅନନ୍ତ ଅମ୍ୱାନୀଙ୍କ ବିବାହରେ ମଧ୍ୟ ସାମିଲ ହୋଇପାରିଲେ ନାହିଁ। ବର୍ତ୍ତମାନ ଅଭିନେତା ନିଜକୁ ଅଲଗା ରଖିଛନ୍ତି। ଅନନ୍ତ ଅମ୍ୱାନୀ ନିଜେ ଅକ୍ଷୟଙ୍କ ଘରେ ପହଞ୍ଚି ତାଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାର କରୋନାରେ ସଂକ୍ରମିତ ହେବା ପରେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ସୂଚନା ଅନୁଯାୟୀ ଅକ୍ଷୟ କୁମାର ନିଜ ଚଳଚ୍ଚିତ୍ର ସରଫିରା ପ୍ରମୋସନରେ ବହୁତ ବ୍ୟସ୍ତ ଥିଲେ । ଏହି ସମୟରେ ସେ ଅସୁସ୍ଥ ଅନୁଭବ କଲେ। ଯେତେବେଳେ ସେ ବାକି ଦଳରୁ ଜାଣିବାକୁ ପାଇଲେ ଯେ ପ୍ରମୋସନାଲ ଟିମ୍‌ ସହିତ ଜହିତ କିଛି ଲୋକ କରୋନା ପଜିଟିଭ ହୋଇଛନ୍ତି। ଅକ୍ଷୟ କୁମାର ମଧ୍ୟ କୋଭିଡ ପରୀକ୍ଷା କରିବାୁକ ନିଷ୍ପତ୍ତି ନେଇଥିଲେ। ଏବହ ତାଙ୍କର ଅନୁମାନ ସଠିକ୍‌ ହେଲା। ସେ ମଦ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସତର୍କତା ଅବଲମ୍ୱନ କରୁଛନ୍ତି। ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖିଛନ୍ତି। 

ଫିଲ୍ମ ସରଫିରା ୧୨ ଜୁଲାଇ ଅର୍ଥାତ୍‌ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଅଭିନେତା ବହୁତ ଉତ୍ସାହର ସହିତ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନର ଅନ୍ତିମ ପର୍ଯ୍ୟାୟର ଅଂଶ ହୋଇପାରିବେ ନାହିଁ। ଏଥିସହ ସେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ଗ୍ରାଣ୍ଡ ଓ୍ୱେଡିଂରେ ବି ସାମିଲ ହୋଇପାରିବେ ନାହିଁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Akshay Kumar tests positive for Covid-19, to skip Anant Ambani Ambani-Radhika Merchant’s wedding today | Argus News