Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରେକ୍ଷାଳୟରୁ ହଟିଲା ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ

Ritu Das
Browse all articles by Ritu Das
·1 year ago·1 min read
ପ୍ରେକ୍ଷାଳୟରୁ ହଟିଲା ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଜରିଆରେ ନିଜ ଫିଟନେସ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଟ୍ ରହିବା ପାଇଁ ଅଭିନେତା ସବୁବେଳେ ଲୋକଙ୍କୁ ଟିପ୍ସ ଏବଂ ସାମାଜିକ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳୁଛି। ଅକ୍ଷୟଙ୍କ ‘ନୋ ସ୍ମୋକିଂ’ ସମ୍ବନ୍ଧୀୟ ଏକ ବିଜ୍ଞାପନ ମଧ୍ୟ ବେଶ୍ ଲୋକପ୍ରିୟ। ଯାହାକୁ ପ୍ରେକ୍ଷାଳୟରେ ପ୍ରତ୍ୟେକ ଫିଲ୍ମ ରେ ପ୍ରଦର୍ଶିତ କରାଯାଏ। ନିକଟରେ ଏହି ବିଜ୍ଞାପନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ସେନ୍ସର ବୋର୍ଡ ଏବେ ଏହି ବିଜ୍ଞାପନକୁ ପ୍ରେକ୍ଷାଳୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ ୬ ବର୍ଷ ତଳେ ରିଲିଜ୍ ହୋଇଥିଲା। ଯାହାକୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଯାଏ । ଅକ୍ଷୟଙ୍କ ଏହି ବିଜ୍ଞାପନକୁ ନନ୍ଦୁ ବିଜ୍ଞାପନ ମଧ୍ୟ କୁହାଯାଏ । ଯେଉଁଥିରେ ଅଭିନେତା ସାନିଟାରୀ ପ୍ୟାଡର ମହତ୍ତ୍ୱ ବୁଝାଇବା ସହ ଲୋକଙ୍କୁ ଧୂମପାନ ନ କରିବାକୁ ବାର୍ତ୍ତା ଦେଇଥାନ୍ତି । ଏହି ବିଜ୍ଞାପନକୁ ଏବେ ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି।
ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରୁ ଏହି ପରିବର୍ତ୍ତନ କରାଯାଇଛି।

ସେହିପରି ରାଜକୁମାର ରାଓଙ୍କ ଫିଲ୍ମ ‘ଭିକି ବିଦ୍ୟା କା ଓ ୱାଲା ଭିଡିଓ’ ରିଲିଜ୍ ହେବା ପରେ ଏଥିରେ ନନ୍ଦୁଙ୍କ ବିଜ୍ଞାପନ ଦେଖାଯାଇନଥିଲା। ଏବେ ତା ବଦଳରେ ଏକ ନୂଆ ବିଜ୍ଞାପନ ଅଣାଯାଇଥିବା କୁହାଯାଉଛି। ତମାଖୁ ଛାଡିବାର ୨୦ ମିନିଟ୍ ମଧ୍ୟରେ ଶରୀରରେ କିପରି ସକାରାତ୍ମକ ପରିବର୍ତ୍ତନ ଆସିଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Akshay Kumar's | Argus News