Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

୫୬ ବର୍ଷରେ ବାପା ହେବେ ଅକ୍ଷୟ!

Ritu Das
Browse all articles by Ritu Das
·1 year ago·2 min read
୫୬ ବର୍ଷରେ ବାପା ହେବେ ଅକ୍ଷୟ!

ଅର୍ଗସ ବ୍ୟୁରୋ: ଜଣାଶୁଣା ବଲିଉଡ ଅଭିନେତା ତଥା ଖିଲାଡି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସତରେ କଣ ଟ୍ବିଙ୍କଲ ପ୍ରେଗନେଣ୍ଟ ଅଛନ୍ତି। ତେବେ ଟ୍ବିଙ୍କଲ ନିଜେ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି। ଟ୍ବିଙ୍କଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୮ ମିଲିୟନ ଫଲୋର୍ସ ଅଛନ୍ତି। ସେ ପ୍ରତିଦିନ ତାଙ୍କ ଫ୍ୟାନଙ୍କ ସହିତ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। 

ଟ୍ବିଙ୍କଲ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ଗୋଟିଏ ସମସ୍ୟା ବିଷୟରେ କହିଛନ୍ତି। କିନ୍ତୁ ତା'ପରେ ଟ୍ବିଙ୍କଲଙ୍କ ୫୦ବର୍ଷ ବୟସରେ ଗର୍ଭବତୀ ହେବାକୁ ଯାଉଛନ୍ତି କି ନାହିଁ ବୋଲି ସେପଟେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅକ୍ଷୟ କୁମାର ୫୬ବର୍ଷ ବୟସରେ ପିତା ହେବେ। ତେବେ ଏନେଇ ଦୁହେଁ କିଛି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନାହାନ୍ତି। 
 

ଟ୍ବିଙ୍କଲ କହିଛନ୍ତି ଯେ, ତାଙ୍କ ଋତୁସ୍ରାବ ବନ୍ଦ ହୋଇଯାଇଛି । ଏହି ପୋଷ୍ଟରେ, ତାଙ୍କ ଫଟୋ ଉପରେ ଲେଖା ହୋଇଛି ଯେ, ‘ଯେତେବେଳେ ୫୦ ବର୍ଷ ବୟସ ହୋଇଛି ଏବଂ ତୁମର ପିରିୟ୍ଡ଼ସ ମିସ ହୋଇଯାଇଛି ତେବେ ଚିନ୍ତା ଲାଗିବ ଯେ ଏହା ମେନାପାଜ୍ ନା ଗର୍ଭଧାରଣ’। ସେପଟେ ଫ୍ୟାନମାନେ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ଯେ, ଏହା କଣ ସତ! ଆମେ ବିଶ୍ବାସ କରିପାରୁନୁ। ତେବେ ଯାହାହେଉ କୁନି ଅତିଥି ଆସିବ। ଆପଣ ଦୁଇଜଣଙ୍କୁ ଅଭିନନ୍ଦନ ବୋଲି ଫ୍ୟାନମାନେ କହିଛନ୍ତି। 
ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ କିଛି ସମୟ ଡେଟିଂ କରିବାପରେ ବିବାହ କରିଥିଲେ। ଜାନୁୟାରୀ ୨୦୦୧ରେ ଏହି ଦମ୍ପତି ବିବାହ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ପାଓ୍ବାର କପଲ ବିବାହର ୨୩ବର୍ଷ ପୂରଣ କରିଛନ୍ତି। ଅକ୍ଷୟ କୁମାର ଏବଂ ଟ୍ବିଙ୍କଲଙ୍କ ଯୋଡ଼ି ବଲିଉଡର ପ୍ରସିଦ୍ଧ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ। ଉଭୟ ସେଲିବ୍ରିଟି ଦୁଇ ସନ୍ତାନର ମାତାପିତା ଅଟନ୍ତି। ଅକ୍ଷୟଙ୍କ ପୁଅ ଆରବ ଏବଂ ଝିଅ ନିତାରା ଖୁବ ଗେହ୍ଲା। ଆରବ ୨୦୦୨ରେ ଏବଂ ନିତାରା ୨୦୧୨ରେ ଜନ୍ମଗ୍ରହଣ କରିଥିଲେ। ତେବେ ଏହି ଖବର କେତେଦୂର ସତ ତାହା ଆମେ ଜାଣି ନାହୁଁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Akshay | Argus News