-୧ ଡିଗ୍ରୀ ତାପମାତ୍ରାରେ ଅଲାୟାଙ୍କ ସିଜଲିଂ ଡ୍ୟାନ୍ସ

ଅର୍ଗସ ବ୍ୟୁରୋ: -୧ ଡିଗ୍ରୀ ତାପମାତ୍ରାରେ ଅଲୟାଙ୍କ ହଟ ଡ୍ୟାନ୍ସ। `ବଲିଉଡ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁ' ଇଦ ଅବସରରେ ରିଲିଜ ହେବାପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଲିଉଡ ଅଭିନେତା ଅକ୍ଷୟ କୁମାର, ଟାଇଗର ଶ୍ରଫ, ମାନୁଷୀ ଚିଲର ଏବଂ ଅଲାୟା ଏହି ମୁଭିରେ ଲିଡ ରୋଲରେ ଅଛନ୍ତି। ଅଲାୟା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ମଧ୍ୟ ଅଛନ୍ତି। କିଛି ଦିନ ହେଲା ଅଲାୟା ବେଶ ଚର୍ଚ୍ଚାରେ ଅଛନ୍ତି। ଅଲାୟା ତାଙ୍କର କିଛି ଡ୍ୟାନ୍ସ ଭିଡିଓ ଇନଷ୍ଟାରେ ଶେୟାର କରିଛନ୍ତି।
ତେବେ ଚିନ୍ତାର ବିଷୟ ହେଉଛି ଯେ, -୧ ଡିଗ୍ରୀ ତାପମାତ୍ରାରେ ଅଲାୟା ବିକନି ପିନ୍ଧି ଡ୍ୟାନ୍ସ କରୁଛନ୍ତି। ଅଭିନେତ୍ରୀଙ୍କ ସିଜଲିଂ ମୁଭ୍ସ ଦେଖି ଯେ କେହି ଘାବୁରେଇ ଯିବ ଯେ, ଅଲାୟା ଲେଖିଛନ୍ତି ଯେ, ଲୋକେ ଏହି ଡ୍ୟାନ୍ସ ଦେଖିକି ଭାବୁଥିବେ ମୁଁ ଜୋର୍ଡନର ବାଲିର ଗରମରେ ଏହି ଡ୍ୟାନ୍ସ କରୁଛି। କିନ୍ତୁ ମାଇନସ ଡିଗ୍ରୀରେ ଏହି ଡ୍ୟାନ୍ସ କରିବା ମୋ ପକ୍ଷେ କଷ୍ଟସାଧ୍ୟ ଥିଲା। ସଙ୍ଗ ରିଲିଜକୁ ଆହୁରି କିଛି ଦିନ ରହିଛି ସେଥିପାଇଁ ମୁଁ ପୂର୍ବରୁ କିଛି ଡ୍ୟାନ୍ସର ଷ୍ଟେପ ଷ୍ଟାଟସ ଫ୍ୟାନମାନଙ୍କ ପାଇଁ ପୋଷ୍ଟ କରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର