Videos
|
Entertainment

ରେଡ୍ କାର୍ପେଟରେ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଚମକିଲେ ଆଲିଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରେଡ୍ କାର୍ପେଟରେ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଚମକିଲେ ଆଲିଆ

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ଗଙ୍ଗୁବାଈ। ମାନେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ରାଜକୁମାରୀ ବା ପରୀ ଠାରୁ କମ୍ ଲାଗୁନଥିଲେ । ବିଶିଷ୍ଟ ଫ୍ୟାଶନ୍ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଶାଢ଼ୀରେ ରେଡ୍ କାର୍ପେଟରେ ନଜର ଆସିଥିଲେ ।

ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ଏହି ବିଶେଷ ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ୧୬୩ କାରୀଗର ନିୟୋଜିତ ହୋଇଥିଲେ । ପ୍ରାୟ ୧୯୬୫ ଘଣ୍ଟାର ପରିଶ୍ରମ ପରେ ଏହି ସୁନ୍ଦର ଶାଢ଼ୀ ପ୍ରସ୍ତୁତ ହୋଇଥିଲା । ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଶାଢ଼ୀ ପିନ୍ଧିବା ଅନୁଭୂତିକୁ ପ୍ରକାଶ କରିଛନ୍ତି । ଏହି ଇଭେଣ୍ଟର କିଛି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶାଢ଼ୀ ପରମ୍ପରା ଏବଂ ନବସୃଜନର ପ୍ରତୀକ । ସବ୍ୟସାଚୀ ଏହାକୁ ବହୁତ ସୁନ୍ଦର ଭାବରେ ପ୍ରସ୍ତତ କରିଛନ୍ତି । ଏହା ସହ ଏହି ଶାଢ଼ୀରେ ପୃଥିବୀ, ଆକାଶ ଏବଂ ସମୁଦ୍ରର ରଂଗ ସମାହିତ ଅଛି ଯାହା ଏହି ଶାଢ଼ୀର ସୁନ୍ଦରତାକୁ ଆହୁରୀ ବୃଦ୍ଧି କରୁଛି । ଏହି ଶାଢ଼ୀ ତିଆରି କରିବା ନୂତନ ଅନୁଭବ ସହ ମଜାଦାର ଏବଂ ଷ୍ଟ୍ରେସଫୁଲ୍ ଥିଲା ।’

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: