ଅଡୁଆରେ କୋରିଓଗ୍ରାଫର ରେମୋ ଡି'ସୁଜା

ଅର୍ଗସ ବ୍ୟୁରୋ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି'ସୁଜା । ଏବେ ସେ ଖୁବ ଚର୍ଚ୍ଚାରେ। ୮ ବର୍ଷ ପୁରୁଣା ମାମଲା ରୁଜୁ ହୋଇଛି। ଯାହାକୁ ନେଇ ଚିନ୍ତାରେ ରେମୋ। ରେମୋଙ୍କ ଉପରେ ୧୦ କୋଟି ଟଙ୍କା ଫେରସ୍ତ କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି। ଆହ୍ଲାବାଦ ହାଇକୋର୍ଟରୁ ଏକ ବଡ ଝଟକା ପାଇଛନ୍ତି ରେମୋ। କୋରିଓଗ୍ରାଫର ଗାଜିଆବାଦ ବ୍ୟବସାୟ ସତ୍ୟେନ୍ଦ୍ର ତାଇଗୀଙ୍କୁ ବର୍ଷକୁ ୧୦ କୋଟି ଟଙ୍କା ଫେରସ୍ତ କରିବାକୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି।
ଏହାର ପ୍ରତିବଦଳରେ ସେ ଏହି ବ୍ୟବସାୟୀଙ୍କୁ ଫିଲ୍ମରେ ୫ କୋଟି ଟଙ୍କା ବିନିଯୋଗ କରିବାକୁ ଲଗାଇଥିଲେ। ରେମୋଙ୍କ କଥାକୁ ବିଶ୍ୱାସ କରି ବ୍ୟବସାୟ ୨ ଲକ୍ଷ ଟଙ୍କା ଏବଂ ଚେକ୍ ମାଧ୍ୟମରେ ୩ ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ସତ୍ୟେନ୍ଦ୍ର ୮ ବର୍ଷ ପୂର୍ବେ ଗାଜିଆବାଦ ପୋଲିସ୍ ଷ୍ଟେସନରେ ରେମୋଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହାପରେ ରେମୋ ହାଇକୋର୍ଟଙ୍କ ନିକଟକୁ ଯାଇ ମାମଲା ବାତିଲ କରିବାକୁ ଆବେଦନ କରିଥିଲେ। ରେମୋଙ୍କ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ତାଙ୍କୁ ଭୁଲ୍ ସମ୍ପୃକ୍ତ କରାଯାଇଛି। ସେ ସେପରି କିଛି କରିନାହାନ୍ତି। ତେବେ ବ୍ୟବସାୟୀ ସତ୍ୟେନ୍ଦ୍ରଙ୍କ ଓକିଲ ଏବଂ ରେମୋଙ୍କ ଯୁକ୍ତିକୁ ବିରୋଧ କରିଥିଲେ।
ଏହା ପରେ ଆହ୍ଲାବାଦ ହାଇକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରେମୋଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବାକୁ ଦାବି କରି ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ଆବେଦନରେ ଚାର୍ଜସିଟକୁ ଚ୍ୟାଲେଞ୍ଜ କରାଯାଇନାହିଁ। ଏହି ଆଶ୍ୱସ୍ତି କୋରିଓଗ୍ରାଫରଙ୍କୁ ଦିଆଯାଇପାରିବ ନାହିଁ।
ବ୍ୟବସାୟୀ ୧୬ ଡିସେମ୍ୱର ୨୦୧୬ରେ ରେମୋଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗାଜିଆବାଦ ଟ୍ରାଏଲ କୋର୍ଟରେ ରେମୋ ଡି'ସୁଜା ଏବଂ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ପ୍ରସାଦ ପୂଜାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ପରେ ରେମୋଙ୍କୁ ହାଜର ହେବାକୁ କୋର୍ଟ ଡକାଇଥିଲେ।