Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌, କାହିଁକି ?

Entertainment

ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌, କାହିଁକି ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌, କାହିଁକି ?

ଅର୍ଗସ ବ୍ୟୁରୋ:  ଘୁଞ୍ଚିଲା ଫିଲ୍ମ 'ପୁଷ୍ପା ୨'ର ରିଲିଜ ଡେଟ୍‌। ଏହି ଚଳଚ୍ଚିତ୍ର ରିଲିଜକୁ ଅପେକ୍ଷା କରିଥିବା ପ୍ରଶଂସକମାନେ ଏହି ଖବର ଦେଖି ଆଶ୍ଚର୍ଯ୍ୟ ହୋଇଯିବେଣି। ଅଲ୍ଲୁ ଅର୍ଜୁନଙ୍କ ବ୍ଳକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା'ର ସିକ୍ୱେଲ' ପୁଷ୍ପା: ଦି ରୁଲ। ଯାହା '୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଅଟେ। କହିବାକୁ ଗଲେ ଯେ 'ପୁଷ୍ପା: ଦି ରୁଲ' ଅଗଷ୍ଟ ୧୫ରେ ରିଲିଜ ହେବାର ଥିଲା, କିନ୍ତୁ ଏବେ ଗୁଜବ ହେଉଛି ଯେ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଯାଇଛି। ଏହି ଚଳଚ୍ଚିତ୍ର ନିର୍ଦ୍ଦାରିତ ରିଲିଜ୍‌ ତାରିଖ ଦିନ ପ୍ରେକ୍ଷାଳୟକୁ ଆସିବ ନାହିଁ। ଏହି ଖବର ପରେ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି।

ତେବେ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖ ସ୍ଥଗିତ ରଖିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାନ୍ତି। ବର୍ତ୍ତମାନ ନିର୍ମାତାମାନେ ପରିସ୍ଥିତିର ଆକଳନ କରୁଛନ୍ତି ଏବଂ ଆଗାମୀ ଦିନରେ ଏହି ନିଷ୍ପତ୍ତି ନିଆଯିବ। ତେବେ ଏହି ଖବର ପରେ ପ୍ରଶଂସକଙ୍କୁ ଆଘାତ ଲାଗିଛି। କେବେ ଏହି ଫିଲ୍ମ ପରଦାକୁ ଆସିବ ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Painting
Sponsored
Allu Arjun’s Pushpa 2 gets postponed | Argus News