ନାଗା-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ବର୍ଷିଲେ ଅଲ୍ଲୁ, କହିଲେ...

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ନାଗା-ସାମନ୍ଥା। ଯେବେଠୁ ଦୁହିଁଙ୍କ ଛାଡପତ୍ର ହୋଇଛି, ସେବେଠାରୁ ଦୁହିଁଙ୍କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଦୁହିଁଙ୍କ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। ନାଗା ଚୈତନ୍ୟ ସାମନ୍ଥା ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ତେଲେଙ୍ଗାନା ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ନାଗା ଚୈତନ୍ୟଙ୍କ ଛାଡପତ୍ର ପାଇଁ କେ.ଟି ରାମ ରାଓଙ୍କୁ ଦାୟୀ କରିଛନ୍ତି। ଯାହାପରେ ନାଗା ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ତୀବ୍ର ବିରୋଧ କରିଥିଲେ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ତେଲେଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ କେଟି ରାମା ରାଓ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଛନ୍ତି। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ ସଂପର୍କିତ ବିବାଦରେ ମଧ୍ୟ ସାମିଲ ଥିଲେ। କେଟି ରାମା ରାଓ ନିଜେ ଡ୍ରଗ୍ସ ନେବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ। ଏକଥା ସମସ୍ତେ ଜାଣିଛନ୍ତି। ଏତିକି ନୁହେଁ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ମଧ୍ୟ କେଟି ରାମା ରାଓ ବୋଲି ଦାବି କରିଥିଲେ। ସାମନ୍ଥା ଲେଖିଛନ୍ତି ଯେ ଛାଡପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ ବିଷୟ। କୋଣ୍ଡା ସୁରେଖା ଏହା ବିଷୟରେ କଳ୍ପନା କରିବା ଉଚିତ ନୁହେଁ । ଆମେ ଏହାକୁ ବ୍ୟକ୍ତିଗତ ରଖିଛୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମିଥ୍ୟା ବିବୃତ୍ତି ଦିଆଯିବା ଉଚିତ୍। ମୋର ଛାଡପତ୍ର ଉଭୟଙ୍କ ସହମତିରେ ହୋଇଥିଲା। ତୁମେ ତୁମର ରାଜନୈତିକ ମାମଲା ଏଥିରେ ଯୋଡନ୍ତୁ ନାହିଁ। ଏସବୁ ବିଷୟରେ ମୋ ନାଁ ଦୂରରେ ରଖ।
ଏନେଇ ନାଗା ଚୈତନ୍ୟ ମଧ୍ୟ କହିଛନ୍ତି, ଛାଡପତ୍ରର ନିଷ୍ପତ୍ତି ହେଉଛି କୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ ନିଷ୍ପତ୍ତି। ବହୁ ବିଚାର ବିମର୍ଶ ପରେ, ମୋର ପୂର୍ବସାଥୀ ଏବଂ ମୁଁ ପରସ୍ପରକୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଏ ପର୍ଯ୍ୟନ୍ତ ଆମ ଛାହପତ୍ରକୁ ନେଇ ଅନେକ ଭିତ୍ତିହୀନ କଥା କୁହାଯାଉଛି। ଏସବୁକୁ ବନ୍ଦ କରନ୍ତୁ। ଏହାରି ଭିତରେ ତେଲଗୁ ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମୁହଁ ଖୋଲିଛନ୍ତି। ଯଦିଓ ସେ ସିଧାସଳଖ କାହାକୁ ନେଇ ମନ୍ତବ୍ୟ ଦେଇନାହାଁନ୍ତି, ତଥାପି ତାଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଅଲ୍ଲୁ ଅର୍ଜୁନ X ରେ କହିଛନ୍ତି, ମୁଁ ଫିଲ୍ମର ବ୍ୟକ୍ତିତ୍ୱ ଏବଂ ଫିଲ୍ମ ପରିବାର ବିଷୟରେ ଦିଆଯାଇଥିବା ଅନାବଶ୍ୟକ ତଥା ଭିତ୍ତିହୀନ ଅପମାନଜନକ ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି। ଏହି ଆଚରଣ ଅତ୍ୟନ୍ତ ଅପମାନଜନକ ଏବଂ ଆମର ତେଲୁଗୁ ସଂସ୍କୃତି ବିରୁଦ୍ଧ। ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ସାଧାରଣ କହିବା ଉଚିତ ନୁହେଁ। ମୁଁ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ବିଶେଷ ଭାବରେ ମହିଳାଙ୍କ ପ୍ରାଇଭେସି ପ୍ରତି ଧ୍ୟାନ ଦିଅନ୍ତୁ।
📱 Get Argus News App
✨
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: