Videos
|
Entertainment

ମୃତ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଲୁ ଅର୍ଜୁନ

Ritu Das
Browse all articles by Ritu Das
·1 year ago·1 min read
ମୃତ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଅଲୁ ଅର୍ଜୁନ

ଅର୍ଗସ ବ୍ୟୁରୋ: ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଆଲୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଭିଡିଓ ଶେୟାର କରିଛନ୍ତି ଏବଂ ମୃତ ମହିଳାଙ୍କ ପରିବାରକୁ ସମର୍ଥନ କରିବା ବିଷୟରେ କହିଛନ୍ତି।

୩୯ ବର୍ଷୀୟା ରେବତୀ ତାଙ୍କ ସ୍ବାମୀ ଏବଂ ଦୁଇ ପିଲାଙ୍କ ସହ ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ ଦେଖିବାକୁ ଆସିଥିଲେ। ହଠାତ୍‌ ଆଲୁ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିବା ସହ ଥିଏଟରରେ ଦଳଚକଟା ହୋଇଥିଲା। ଶ୍ୱାସରୁଦ୍ଧ ହେତୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପୁଅର ଅବସ୍ଥା ଏବେ ବି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଲୁ ଅର୍ଜୁନ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ସେ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ମହିଳାଙ୍କ ପରିବାରକୁ ଭେଟିବେ। ଏହି କଷ୍ଟ ସମୟରେ ମହିଳାଙ୍କ ପରିବାର ଏକୁଟିଆ ନୁହଁନ୍ତି ବୋଲି ଅଭିନେତା କହିଛନ୍ତି। ମୃତ ମହିଳାଙ୍କ ପରିବାରକୁ ସେ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ସେ କହିଛନ୍ତି। ଚିକିତ୍ସା ଏବଂ ଔଷଧର ସମସ୍ତ ଖର୍ଚ୍ଚ ମଧ୍ୟ ଆମେ ବହନ କରିବୁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allu Arjun | Argus News