ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଅର୍ଗସ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ। ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟରରେ ହୋଇଥିବା ଦଙ୍ଗା ମାମଲାରେ ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କଲେ ତେଲେଙ୍ଗାନା ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ ଅଲ୍ଲୁ ଅର୍ଜୁନ ଜଣେ ଅଭିନେତା ହୋଇଥିଲେ ମଧ୍ୟ ଜଣେ ନାଗରିକ ଭାବରେ ବଞ୍ଚିବା ଏବଂ ସ୍ୱାଧୀନତାର ଅଧିକାର ରହିଛି ।
ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା । ହଲରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନ ଗିରଫ ହୋଇଥିଲେ। ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା । ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ ।ଡିସେମ୍ବର ୪ରେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ଆଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଲ୍ଲୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । ସେ ଏକ ଭିଡିଓ ଶେୟାର କରିଥିଲେ ଏବଂ ମୃତ ମହିଳାଙ୍କ ପରିବାରକୁ ସମର୍ଥନ କରିବା ବିଷୟରେ କହିଥିଲେ ।
୩୯ ବର୍ଷୀୟା ରେବତୀ ତାଙ୍କ ସ୍ବାମୀ ଏବଂ ଦୁଇ ପିଲାଙ୍କ ସହ ସନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ ଦେଖିବାକୁ ଆସିଥିଲେ। ହଠାତ୍ ଅଲ୍ଲୁ ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିବା ସହ ଥିଏଟରରେ ଦଳଚକଟା ହୋଇଥିଲା। ଶ୍ୱାସରୁଦ୍ଧ ହେତୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଏନେଇ ମୁହଁ ଖୋଲିଥିଲେ ସୁପରଷ୍ଟାର୍ ଅଲ୍ଲୁ । ମୃତାଙ୍କ ପରିବାରକୁ 25 ଲକ୍ଷ କ୍ଷତିପୂରଣ ଦେଇଥିଲେ ।
ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ନାଟକୀୟ ଭାବେ ଗିରଫ କରାଯିବା ପରେ ନିମ୍ନ ଅଦାଲତ ପୁଷ୍ପା-୨ ତାରକାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ଆରମ୍ଭ ହୋଇଥିବା ଦ୍ରୁତ ଗତିରେ ଚାଲିଥିବା ଘଟଣାକୁ ଏହି ରାୟରେ ସୀମିତ ରଖାଯାଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
