Videos
|
Entertainment

ଅମ୍ୱାନୀଙ୍କ ମାସିକ ବିଲ୍‌ ୭ ହଜାର ମଧ୍ୟବିତ୍ତ ପରିବାରର ମୋଟ ବିଜୁଳି ଖର୍ଚ୍ଚ ସହ ସମାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅମ୍ୱାନୀଙ୍କ ମାସିକ ବିଲ୍‌  ୭ ହଜାର ମଧ୍ୟବିତ୍ତ ପରିବାରର ମୋଟ ବିଜୁଳି ଖର୍ଚ୍ଚ ସହ ସମାନ

ଅର୍ଗସ ବ୍ୟୁରୋ:  ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କ ବାହାଘର ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ଆଜି ହେବାକୁ ଯାଉଛି। ଏହି ବିବାହ ସମାରୋହରେ ସବୁ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତାମାନେ ବି ନଜର ଆସିଛନ୍ତି। ଖୁବ ଧୁମଧାମରେ ହେଉଛି ଏହି ବାହାଘର। ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏସିଆର ସବୁଠୁ ଧନୀ ବ୍ୟକ୍ତି ଓ ଭାରତର ସବୁଠୁ ବଡ ବ୍ୟାବସାୟୀ ତଥା ରିଲାୟନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ ର ତୁଳନା କେବଳ ଭାରତରେ ନୁହେଁ ବରଂ ବିଶ୍ୱର ସର୍ବଶ୍ରେଷ୍ଠ ଘର ମଧ୍ୟରେ ହୋଇଥାଏ । ଆପଣ ଜାଣନ୍ତି କି ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ ର ଇଲେକ୍ଟ୍ରି ବିଲ କେତେ ଆସୁଛି। ଅମ୍ବାନୀଙ୍କ ‘ଏଣ୍ଟିଲିଆ’ ରେ ମାସିକ ପ୍ରାୟ ୬,୩୭,୨୪୦ ୟୁନିଟ ବିଜୁଳି ଆସିଥାଏ ।

ସେଠାକାର ଗୋଟିଏ କୋଠରୀରର ହାରାହାରି ବିଜୁଳି ଖର୍ଚ୍ଚ ପ୍ରାୟ ୩୦୦ ୟୁନିଟ । ମାସିକ ପ୍ରାୟ ୭୦ ଲକ୍ଷ ବିଜୁଳି ଖର୍ଚ୍ଚ ବହନ କରନ୍ତି ଅମ୍ବାନୀ । ବିଜୁଳିରେ ଅମ୍ବାନୀ ପରିବାରଙ୍କୁ ଡିସକାଉଣ୍ଟ ମଧ୍ୟ ଦିଆଯାଏ । ଅମ୍ବାନୀଙ୍କ ଏହି ଘରେ ମାସିକ ଯେତେ ବିଜୁଳି ଖର୍ଚ୍ଚ ହୁଏ; ତାହା ମୁମ୍ବାଇର ୭ ହଜାର ମଧ୍ୟବିତ୍ତ ପରିବାରର ମୋଟ ବିଜୁଳି ଖର୍ଚ୍ଚ ସହ ସମାନ । ଏଣ୍ଟିଲିଆର ନିର୍ମାଣ ୨୦୦୪ ମସିହାରୁ ଆରମ୍ଭ ହୋଇ ୨୦୧୦ ମସିହାରେ ଶେଷ ହୋଇଥିଲା । ଏହି ଜାଗା ପ୍ରାୟ ୪ ଲକ୍ଷ ସ୍କ୍ୱାୟର ଫୁଟ ମଧ୍ୟରେ ରହିଛି । ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଣ୍ଟିଲିଆରେ କାମ କରୁଥିବା କର୍ମଚାରୀଙ୍କୁ ମାସିକ ପ୍ରାୟ ୨ ଲକ୍ଷ ଟଙ୍କାର ବେତନ ଦିଆଯାଏ । ୨୭ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ୫୦ ସିଟ ବିଶିଷ୍ଟ ସିନେମା ଘର, ୯ ଟି ଲିଫ୍ଟ, ସ୍ୱିମିଂ ପୁଲ, ୩ ହେଲିପେଡ, ୧୬୦ ଟି ଗାଡି ପାର୍କିଂ ଭଳି ତମାମ ସୁବିଧା ସବୁ ଉପଲବ୍ଧ ରହିଛି । ‘ଏଣ୍ଟିଲିଆ’ର ତଦାରଖ କରିବା ପାଇଁ ପ୍ରାୟ ୬୦୦ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: