୩୫ ବର୍ଷ ପରେ ଡାକ୍ତରଙ୍କୁ କ୍ଷମା ମାଗିଲେ ଅମିତାଭ

Key Points
- କିଏ ଥିଲେ ସେହି ଡାକ୍ତର
- ଯାହାଙ୍କୁ ୩୫ ବର୍ଷ ପରେ କ୍ଷମା ମାଗିଲେ ଅମିତାଭ
- ଭାବବିହ୍ବଳ ହେଲେ ଫ୍ୟାନ
ଅର୍ଗସ ବ୍ୟୁରୋ : ସବୁ ଦର୍ଶକଙ୍କ ସାମ୍ନାରେ ଡାକ୍ତରଙ୍କୁ ହାତଯୋଡି କ୍ଷମା ପ୍ରାର୍ଥନା କରିଥିଲେ ଅମିତାଭ । ଯାହାକୁ ଦେଖି ଭାବବିହ୍ବଳ ହୋଇ ପଡିଥିଲେ ସବୁ ଦର୍ଶକ ।
ଆଜି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୨ ବର୍ଷରେ ପାଦେ ଦେଇଛନ୍ତି ଅମିତାଭ । ହେଲେ ଆଜି ବି ନା ସେ ନିଜ ଅଭିନୟ ଜଗତରୁ ବିଦାୟ ନେଇଛନ୍ତି, ନା ଲୋକଙ୍କୁ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଅଭିନୟ ସହ କୌନ ବନେଗା କରୋଡପତିରେ ହୋଷ୍ଟ କରି ସେ ଦର୍ଶକଙ୍କୁ ଏଣ୍ଟରଟେନ କରୁଛନ୍ତି । ତେବେ ତାଙ୍କର ଜନ୍ମଦିନରେ ଏକ ବଡ କଥା ସାମ୍ନାକୁ ଆସିଛି ।
କୌନ ବନେଗା କରୋଡପତିର ୧୧ ସିଜିନରେ ଜଣେ ଡାକ୍ତର ପ୍ରତିଯୋଗୀ ଭାବେ ଆସିଥିଲେ । ସେ ଭାରତର ବେଷ୍ଟ କାର୍ଡିଓଲୋଜିଷ୍ଟ ଡକ୍ଟର ରାମାନା ରାଓ ଥିଲେ । ଖେଳିବା ସମୟରେ ସେ ଅମିତାଭଙ୍କ ସହ ଅନେକ କଥା ହୋଇଥିଲେ । ସେ ଭିତରେ ଏକ କଥା ସେ ସମସ୍ତଙ୍କ ସାମ୍ନାରେ ଶେୟାର କରିଥିଲେ । ଯାହାକୁ ଶୁଣିବା ପରେ ତାଙ୍କୁ କ୍ଷମା ମାଗିଥିଲେ ଅମିତାଭ ।
ରମାନା କହିଥିଲେ, ୩୫ ବର୍ଷ ପୂର୍ବରୁ ଦିନେ ରାତିରେ ଶୋଇଥିବା ସମୟରେ ପ୍ରାୟ ୧.୩୦ ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଫନ କରିଥିଲେ। ଏବଂ କହିଥିଲେ, ଟିକେ ଶୀଘ୍ର ଆସନ୍ତୁ, ମୋ ସାଙ୍ଗର ଦେହ ଖରାପ ଅଛି । ଆପଣଙ୍କ ଭଳି ମହାନ ବ୍ୟକ୍ତିଙ୍କ ସ୍ପର୍ଶରେ ହିଁ ସେ ଭଲ ହେବେ । ଏତିକି ଶୁଣିବା ପରେ ସଙ୍ଗେ ସଙ୍ଗେ ରମାନା ବାହାରି ପଡି ବ୍ୟକ୍ତି କହିଥିବା ଆଡ୍ରେସରେ ପହଞ୍ଚିଥିଲେ । ସେଠାରେ ଦ୍ବାର ଖୋଲିବା ପରେ ଅମିତାଭଙ୍କୁ ଦେଖି ଚମକି ପଡିଥିଲେ । ତେବେ ସେ ଅସୁସ୍ଥ ଥିବା ଶୁଣି ତାଙ୍କ ଚିକିତ୍ସା କରିଥିଲେ । ଏବଂ କରିବାର ଗୋଟେ ଦିନ ପରେ ସେ ଭଲ ହୋଇଯିବା ପରେ ସେ ବେଶ ଖୁସି ହୋଇଥିଲେ । ହେଲେ ସେ ଜାଣିଥିଲେ, ସେ ଯାହାକୁ ବି ଅମିତାଭଙ୍କ ଚିକିତ୍ସା କରିଥିବା କଥା କହିଲେ କେହି ବିଶ୍ବସ କରିବେନି । ସେଥିପାଇଁ ସେ ତାଙ୍କର ଅଟୋଗ୍ରାଫ ଆଣିଲେ ।
ଏହା ଶୁଣିବା ପରେ ଅମିତାଭ ତାଙ୍କୁ ହାତ ଯୋଡି କହିଥିଲେ, କ୍ଷମା କରିବେ , ସେତେବେଳେ ମୁଁ ଆପଣଙ୍କୁ ଜାଣି ପାରିନଥିଲି। ମୋର ଶୁଭକାମନା ସବୁବେଳେ ତୁମସହ ଅଛି । ଏତିକି ଶୁଣିବା ପରେ ସେଠାରେ ଥିବା ଦର୍ଶକ ମାନେ ତାଳି ମାରିବାକୁ ଲାଗିଥିଲେ । ଅମିତାଭ ନିଜର ଅଭିନୟ ସହ ନିଜର ଉଦାର ହୃଦୟ ପାଇଁ ଅନେକଙ୍କର ଆଦର୍ଶ ପାଲଟିଛନ୍ତି ।
📱 Get Argus News App
✨