Videos
|
Entertainment

ଆମେ କହୁ ନାହୁଁ, ବରଂ ବିଗ୍ ବି ନିଜେ କହିଛନ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଆମେ କହୁ ନାହୁଁ, ବରଂ ବିଗ୍ ବି ନିଜେ କହିଛନ୍ତି

ଅର୍ଗସ ବ୍ୟୁରୋ : ପୁଣି ଚିନ୍ତାରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ । ଡାକ୍ତରଖାନାରେ ଅଭିନେତା ଅମିତାଭ ବଚ୍ଚନ । ମୁମ୍ବାଇର କୋକିଳାବେନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ବିଗ ବିଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ଗତ ଶୁକ୍ରବାର ଅପରାହ୍ନରେ ଏମିତି ଏକ ଖବର ସାମ୍ନାକୁ ଆସିଥିଲା ।

ଅଧିକ ପଢନ୍ତୁ : ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ, ଚିନ୍ତା ପ୍ରକଟ କଲେ ଫ୍ୟାନ୍ସ

ଏକ ରିପୋର୍ଟରେ କୁହାଯାଇଥିଲା ଯେ ଅମିତାଭଙ୍କ ଗୋଡରେ କିଛି ଜାଗାରେ ରକ୍ତ ଜମାଟ ବାନ୍ଧିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ । କିନ୍ତୁ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ସେପରି କିଛି ନାହିଁ । ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ଆମେ ଏହା କହୁ ନାହୁଁ, ବରଂ ବିଗ୍ ବି ନିଜେ ଏହା କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Amitabh Bachchan attends ISPL finale, calls angioplasty report 'fake news' | Argus News