Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ

Entertainment

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତରେ କଣ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଡିଭୋର୍ସ ହେଉଛି କି। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ପାଇଁ ଦୀର୍ଘ ୨ ଦିନ ପର୍ଯ୍ୟନ୍ତ ଶୋଇପାରିନଥିଲେ ଅମିତାଭ ବଚ୍ଚନ। ଏଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଯଥା SIIMA 2024 ରେ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟା ରାୟଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୦୩ରେ ଘଟିଥିବା ଦୁର୍ଘଟଣା ପରେ ଅମିତାଭ ବହୁତ ନର୍ଭସ ଥିଲେ, ଯେତେବେଳେ ଐଶ୍ୱର୍ଯ୍ୟା ‘ଖାକି’ର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିଗ ବି କହିଥିଲେ। ‘ମୁଁ ଦୁଇ ରାତି ଶୋଇ ପାରିଲି ନାହିଁ। କାରଣ ଦୁଘଁଟଣାଟଇ ତାଙ୍କ ଆଖଇ ଆଗରେ ଘଟିଥିଲା। କାକଟସ କଣ୍ଟା ତାଙ୍କ ପିଠିରେ କ୍ଷତ କରିଥିଲା । ତାଙ୍କ ଗୋଡ଼ର ପଛ ଭାଗରେ ଥିବା ହାଡ ଭାଙ୍ଗି ଯାଇଥିଲା। ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଆଘାତକୁ ସାମାନ୍ୟ ବୋଲି ବର୍ଣ୍ଣନା କରାଯାଇଥିଲା।

ଐଶ୍ୱର୍ଯ୍ୟା ରାୟ, ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ୨୦୦୩ରେ ନାଶିକ ନିକଟରେ ‘ଖାକି’ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ଏହି ଶୁଟିଂ ସମୟରେ ଐଶ୍ୱର୍ଯ୍ୟା ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ସମଗ୍ର କାଷ୍ଟ ଏବଂ କ୍ରୁଙ୍କୁ ଥରାଇ ଦେଇଥିଲା। ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଉଥିବା ଜଣେ ଷ୍ଟଣ୍ଟମ୍ୟାନ ନିୟନ୍ତ୍ରଣ ହରାଇଲେ। କାର ଐଶ୍ୱର୍ଯ୍ୟାଙ୍କ ଚେୟାରକୁ ଧକ୍କା ଦେଇଥିଲା। ଏହି ଗାଡିରେ ତୁଷାର କପୁର ମଧ୍ୟ ଧକ୍କା ହୋଇଥିଲେ। ପରିସ୍ଥିତି ଏତେ ଗମ୍ଭୀର ଥିଲା ଯେ ଅକ୍ଷୟ କୁମାରଙ୍କୁ ଆଗକୁ ଆସିବାକୁ ପଡ଼ିଲା। ଐଶ୍ୱର୍ଯ୍ୟାଙ୍କୁ କାରରୁ ଉଠାଇବାକୁ ପଡିଲା ଏବଂ ପରେ ଅଭିନେତ୍ରୀଙ୍କୁ ଶୀଘ୍ର ଡାକ୍ତରଖାନା ନେବାକୁ ପଡିଲା।
ଅମିତାଭ ବଚ୍ଚନ ସେତେବେଳେ ଅଭିନେତ୍ରୀଙ୍କ ଶ୍ୱଶୁର ହୋଇନଥିଲେ, କିନ୍ତୁ ଏକ ଦୁର୍ଘଟଣାର ଗଣମାଧ୍ୟମ ଖବର ତାଙ୍କୁ ବହୁତ ଚିନ୍ତାରେ ପକାଇଥିଲା। କାରଣ ଗଣମାଧ୍ୟମ ଏହାକୁ ସାମାନ୍ୟ ବୋଲି କହୁଥିଲା। ରେଡିଫଙ୍କ ସହ କଥାବାର୍ତ୍ତା ବେଳେ ଅମିତାଭ ଏହି ଘଟଣା ବିଷୟରେ କହିଥିଲେ। ବିଗ ବି କହିଥିଲେ- ‘ଘଟଣା ପରେ ମୁଁ ଐଶ୍ୱର୍ଯ୍ୟାଙ୍କ ମାଙ୍କୁ ପଚାରିଲି,’ ସେ ନିଜ ଝିଅକୁ ମୁମ୍ବାଇକୁ ନେବାକୁ ଚାହୁଁଛନ୍ତି କି? ’ ତାଙ୍କ ହଁ ପରେ କିଛି ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରାଯାଇଥିଲା।
ବିଗ୍ ବି କହିଥିଲେ, ‘ଆମେ ଏକ ଘରୋଇ ବିମାନର ବ୍ୟବସ୍ଥା କରିଛୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନାଶିକରେ ରାତିରେ ଅବତରଣ ସୁବିଧା ନ ଥିବାରୁ ଡାକ୍ତରଖାନାଠାରୁ ୪୫ମିନିଟ ଦୂରରେ ଥିବା ସାମରିକ ବେସରେ ବିମାନ ଅବତରଣ କରିବାକୁ ଆମକୁ ଦିଲ୍ଲୀରୁ ଅନୁମତି ନେବାକୁ ପଡିଥିଲା। ବିମାନରୁ ଦୁର୍ଘଟଣା ଏବଂ ଐଶ୍ୱର୍ଯ୍ୟାଙ୍କ ଆଘାତ କିପରି ତାଙ୍କ ମନକୁ ଗଭୀର ଭାବେ ପ୍ରଭାବିତ କରିଥିଲା ବୋଲି ସେ ମଧ୍ୟ କହିଥିଲେ। ଏହି ଘଟଣାର ୪ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ୨୦ଏପ୍ରିଲ ୨୦୦୭ରେ ବଚ୍ଚନ ପରିବାରର ’ବୋହୂ’ ହୋଇଥିଲେ।ଏହାସହ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଏହି ପରିବାର ଭିତରେ କିଛି ବି ଠିକ ନାହିଁ। ଏବଂ ଅଭିଷେକ ଏବଂ ଐଶ୍ୱ ର୍ଯ୍ୟା ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus Whatsapp Channel Mobile Top
Sponsored
Amitabh Bachchan 'Couldn't Sleep For Two Nights' After Aishwarya Rai's Accident | Argus News