Bollywood News / ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ସାରା ରାତି ଶୋଇପାରିଲେ ନାହିଁ ଅମିତାଭ ବଚ୍ଚନ: ରାତି ୨ଟାରେ କଲେ ଭାବପ୍ରବଣ ପୋଷ୍ଟ
·7 months ago·2 min read

Key Points
ଅମିତାଭ ବଚ୍ଚନ ରାତି ୨.୩୦ରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯାହା ହୃଦୟ ବିଦାରକ।
ବଲିଉଡର କିମ୍ବଦନ୍ତୀ ଏବଂ ପ୍ରିୟ ଧର୍ମେନ୍ଦ୍ର ଆଉ ନାହାନ୍ତି, ଏବଂ ତାଙ୍କ ଦେହାନ୍ତର ଖବର ସମସ୍ତଙ୍କୁ ହୃଦୟରୁ ଦୋହଲାଇ ଦେଇଛି। ପରିବାର, ପ୍ରଶଂସକ ଏବଂ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଲୋକମାନେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁ ନାହାନ୍ତି। ସେମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ ଅଛନ୍ତି, ଯିଏ ଧର୍ମେନ୍ଦ୍ରଙ୍କୁ କେବଳ ଜଣେ ସହ-କଳାକାର ନୁହେଁ ବରଂ ଜଣେ ଘନିଷ୍ଠ ବନ୍ଧୁ ବୋଲି ମାନୁଥିଲେ। ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ, ଅମିତାଭ ବଚ୍ଚନ ସାରା ରାତି ଶୋଇ ପାରିଲେ ନାହିଁ। ପ୍ରାୟ ୨:୩୦ ସମୟରେ, ସେ ଫେସବୁକରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଧରମ ପାଜୀଙ୍କୁ ମନେ ପକାଇ ତାଙ୍କ ଦେହାନ୍ତରେ ସୃଷ୍ଟି ହୋଇଥିବା ବିରାଟ ଶୂନ୍ୟସ୍ଥାନକୁ ବର୍ଣ୍ଣନା କରିଛନ୍ତି।
ହିନ୍ଦୀ ସିନେମାର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କର ଦେହାନ୍ତ ହୋଇଛି। ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୁମ୍ବାଇ ସ୍ଥିତବାସଭବନରେ ଦେହାନ୍ତ ହୋଇଥିଲା। ବହୁତ ଦିନ ଧରିସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ୧୨ ତାରିଖରେ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ। ହେଲେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ। ତାଙ୍କ ବିୟୋଗରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଦେଓଲ ପରିବାର ପୂରାପୂରି ଭାଙ୍ଗିପଡ଼ିଛି। ଏହି ସମୟରେ, ଅମିତାଭ ବଚ୍ଚନ ରାତି ୨.୩୦ରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯାହା ହୃଦୟ ବିଦାରକ।
୫୦ ବର୍ଷ ପରେ ଭାଙ୍ଗିଗଲା ଜୟ-ବୀରୁଙ୍କ ଯୋଡ଼ି
ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅନ୍-ସ୍କ୍ରିନ୍ ଯୋଡ଼ି ହିଟ୍ ରହିଛି। ବର୍ତ୍ତମାନ ୫୦ବର୍ଷ ପରେ, "ଶୋଲେ" ର ଏହି ଜୟ-ବୀରୁ ଯୋଡ଼ି ଭାଙ୍ଗି ଯାଇଛି। ଯାହା ବିଗ୍ ବିଙ୍କୁ ବଡ ଝଟକା ଦେଇଛି। ତାଙ୍କ ପାଇଁ, ଧର୍ମେନ୍ଦ୍ର କେବଳ ଜଣେ କୋ-ଷ୍ଟାର ନଥିଲେ ବରଂ ଗୋଟିଏ ପରିବାର ପରି ଥିଲେ। ତାଙ୍କର ହଠାତ୍ ଦେହାନ୍ତ ବଚ୍ଚନ ପରିବାର ପାଇଁ ଏକ ବଡ଼ କ୍ଷତି। ତାଙ୍କ ଶୂନ୍ୟସ୍ଥାନକୁ କେହି ପୂରଣ କରିପାରିବେ ନାହିଁ, କେବଳ ଶିଳ୍ପରେ ନୁହେଁ ବରଂ ସାରା ବିଶ୍ୱରେ।
ଏହାସହ ପଢ଼ନ୍ତୁ: ଜୟାଙ୍କ ପ୍ରଥମ ପସନ୍ଦ ଥିଲେ ଧର୍ମେନ୍ଦ୍ର, କହିଲେ ମୁଁ ବାସନ୍ତୀ ହେଇଥିଲେ...
ଧର୍ମେନ୍ଦ୍ରଙ୍କ ପାଇଁ ବିଗ୍ ବିଙ୍କ ଇମୋସନାଲ ପୋଷ୍ଟ
ଧର୍ମେନ୍ଦ୍ରଙ୍କୁ ହରାଇବା ପରେ ଅମିତାଭ ରାତି ୨.୩୦ ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। X ରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ଆଉ ଜଣେ ନାୟକ ଆମକୁ ଛାଡି ଚାଲିଗଲେ... ସେ ମଞ୍ଚ ଛାଡି ଗଲେ... ଏକ ଅସହ୍ୟ ସ୍ୱର ସହିତ ଏକ ନୀରବତା ଛାଡିଦେଇ ପଳାଇଲେ... ଧରମ ଜୀ, ମହାନତାର ପ୍ରତୀକ, କେବଳ ତାଙ୍କ ଉପସ୍ଥିତି ପାଇଁ ନୁହେଁ ବରଂ ତାଙ୍କ ହୃଦୟର ବିଶାଳତା ଏବଂ ସରଳତା ପାଇଁ ମଧ୍ୟ ଜଣାଶୁଣା।"
ବିଗ୍ ବି ଆହୁରି ଲେଖିଛନ୍ତି, "ସେ ତାଙ୍କ ସହିତ ପଞ୍ଜାବର ସେହି ଗାଁର ମାଟିର ସୁଗନ୍ଧ ଆଣିଥିଲେ। ଯେଉଁଠାରୁ ସେ ଆସିଥିଲେ... ସେ ତାଙ୍କ ଚମତ୍କାର କ୍ୟାରିଅରରେ କୌଣସି ଦାଗ ଲଗାଇ ନଥିଲେ। ପ୍ରତ୍ୟେକ ଦଶନ୍ଧିରେ ପରିବର୍ତ୍ତନ ଦେଖିଥିଲେ, କିନ୍ତୁ ତାଙ୍କ ଭିତରେ ନୁହେଁ। ତାଙ୍କର ହସ, ତାଙ୍କର ଆକର୍ଷଣ ଏବଂ ତାଙ୍କର ଉଷ୍ମତା, ଯାହା ତାଙ୍କ ଚାରିପାଖରେ ଥିବା ସମସ୍ତଙ୍କ ପାଖକୁ ଖେଳି ଯାଇଥିଲା । ଏବେ ସେହି ମାହୋଲ ଖାଲି ହୋଇଯାଇଛି। ଏହି ଶୂନ୍ୟତା କେବେ ପୂରା ହେବନି" ପ୍ରାର୍ଥନା।

T 5575 -
— Amitabh Bachchan (@SrBachchan) November 24, 2025
... another valiant Giant has left us .. left the arena .. leaving behind a silence with an unbearable sound ..
Dharam ji .. 🙏 🙏🙏
.. the epitome of greatness, ever linked not only for his renowned physical presence, but for the largeness of his heart , and its…
୫୦ ବର୍ଷ ପରେ ଭାଙ୍ଗିଗଲା ଜୟ-ବୀରୁଙ୍କ ଯୋଡ଼ି
ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅନ୍-ସ୍କ୍ରିନ୍ ଯୋଡ଼ି ହିଟ୍ ରହିଛି। ବର୍ତ୍ତମାନ ୫୦ବର୍ଷ ପରେ, "ଶୋଲେ" ର ଏହି ଜୟ-ବୀରୁ ଯୋଡ଼ି ଭାଙ୍ଗି ଯାଇଛି। ଯାହା ବିଗ୍ ବିଙ୍କୁ ବଡ ଝଟକା ଦେଇଛି। ତାଙ୍କ ପାଇଁ, ଧର୍ମେନ୍ଦ୍ର କେବଳ ଜଣେ କୋ-ଷ୍ଟାର ନଥିଲେ ବରଂ ଗୋଟିଏ ପରିବାର ପରି ଥିଲେ। ତାଙ୍କର ହଠାତ୍ ଦେହାନ୍ତ ବଚ୍ଚନ ପରିବାର ପାଇଁ ଏକ ବଡ଼ କ୍ଷତି। ତାଙ୍କ ଶୂନ୍ୟସ୍ଥାନକୁ କେହି ପୂରଣ କରିପାରିବେ ନାହିଁ, କେବଳ ଶିଳ୍ପରେ ନୁହେଁ ବରଂ ସାରା ବିଶ୍ୱରେ।
ଏହାସହ ପଢ଼ନ୍ତୁ: ଜୟାଙ୍କ ପ୍ରଥମ ପସନ୍ଦ ଥିଲେ ଧର୍ମେନ୍ଦ୍ର, କହିଲେ ମୁଁ ବାସନ୍ତୀ ହେଇଥିଲେ...
ଧର୍ମେନ୍ଦ୍ରଙ୍କ ପାଇଁ ବିଗ୍ ବିଙ୍କ ଇମୋସନାଲ ପୋଷ୍ଟ
ଧର୍ମେନ୍ଦ୍ରଙ୍କୁ ହରାଇବା ପରେ ଅମିତାଭ ରାତି ୨.୩୦ ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। X ରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ଆଉ ଜଣେ ନାୟକ ଆମକୁ ଛାଡି ଚାଲିଗଲେ... ସେ ମଞ୍ଚ ଛାଡି ଗଲେ... ଏକ ଅସହ୍ୟ ସ୍ୱର ସହିତ ଏକ ନୀରବତା ଛାଡିଦେଇ ପଳାଇଲେ... ଧରମ ଜୀ, ମହାନତାର ପ୍ରତୀକ, କେବଳ ତାଙ୍କ ଉପସ୍ଥିତି ପାଇଁ ନୁହେଁ ବରଂ ତାଙ୍କ ହୃଦୟର ବିଶାଳତା ଏବଂ ସରଳତା ପାଇଁ ମଧ୍ୟ ଜଣାଶୁଣା।"
ବିଗ୍ ବି ଆହୁରି ଲେଖିଛନ୍ତି, "ସେ ତାଙ୍କ ସହିତ ପଞ୍ଜାବର ସେହି ଗାଁର ମାଟିର ସୁଗନ୍ଧ ଆଣିଥିଲେ। ଯେଉଁଠାରୁ ସେ ଆସିଥିଲେ... ସେ ତାଙ୍କ ଚମତ୍କାର କ୍ୟାରିଅରରେ କୌଣସି ଦାଗ ଲଗାଇ ନଥିଲେ। ପ୍ରତ୍ୟେକ ଦଶନ୍ଧିରେ ପରିବର୍ତ୍ତନ ଦେଖିଥିଲେ, କିନ୍ତୁ ତାଙ୍କ ଭିତରେ ନୁହେଁ। ତାଙ୍କର ହସ, ତାଙ୍କର ଆକର୍ଷଣ ଏବଂ ତାଙ୍କର ଉଷ୍ମତା, ଯାହା ତାଙ୍କ ଚାରିପାଖରେ ଥିବା ସମସ୍ତଙ୍କ ପାଖକୁ ଖେଳି ଯାଇଥିଲା । ଏବେ ସେହି ମାହୋଲ ଖାଲି ହୋଇଯାଇଛି। ଏହି ଶୂନ୍ୟତା କେବେ ପୂରା ହେବନି" ପ୍ରାର୍ଥନା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories