Amitabh Bachchan / ଅମିତାଭ ବଚ୍ଚନଙ୍କ ବଡ଼ କଥା, KBC ହୋଷ୍ଟିଂ ଛାଡ଼ିବାକୁ ଚାହୁଁଛନ୍ତି ?
·27 mins ago·2 min read

Key Points
ଆଗକୁ ଆଉ କେବିସି ହୋଷ୍ଟ କରିବେନି କି ବିଗ୍ ବି ? କ'ଣ ବିଗ୍ ବି କେବିସି ହୋଷ୍ଟିଂ ଡ୍ୟୁଟିରୁ ଓହରିଯିବେ ? ନିକଟରେ ଅମିତାଭ ବଚ୍ଚନ ଲେଖିଥିବା ଏକ ବ୍ଲଗକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଛି ।
ମୁମ୍ବାଇ: 'କୌନ୍ ବନେଗା କରୋଡପତି'ର ଚଳିତ ସଂସ୍କରଣ ହେବ କି ଅମିତାଭ ବଚ୍ଚନଙ୍କ ଶେଷ ସିଜିନ୍ ? ଆଗକୁ ଆଉ କେବିସି ହୋଷ୍ଟ କରିବେନି କି ବିଗ୍ ବି ? କ'ଣ ବିଗ୍ ବି କେବିସି ହୋଷ୍ଟିଂ ଡ୍ୟୁଟିରୁ ଓହରିଯିବେ ? ନିକଟରେ ଅମିତାଭ ବଚ୍ଚନ ଲେଖିଥିବା ଏକ ବ୍ଲଗକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଛି ।
ଲୋକପ୍ରିୟ କୁଇଜ୍ ଶୋ' 'କୌନ୍ ବନେଗା କରୋଡପତି'ର ୧୮ତମ ସଂସ୍କରଣରେରେ ପୁଣି ହୋଷ୍ଟ ଭାବେ ନଜର ଆସୁଛନ୍ତି ଅମିତାଭ ବଚ୍ଚନ । ତେବେ ଏହି ସିଜନ୍ର ଅନୁଭୂତି ଅମିତାଭଙ୍କୁ ଭାବପ୍ରବଣ କରିଛି । ପ୍ରତିଯୋଗୀମାନେ ଶୋ'କୁ ନେଇ ଆସୁଥିବା ନିଜ ଜୀବନର କଷ୍ଟ ଓ ବ୍ୟକ୍ତିଗତ ଘଟଣା ଅମିତାଭ ବଚ୍ଚନ ଭାବବିହ୍ଵଳ କରି ଦେଉଛି ।
ଏଥିସହ ପଢ଼ନ୍ତୁ: ଏହି DJଙ୍କ ସହ ଅପୂର୍ବାଙ୍କ ଭିଡିଓ ହେଲେ ଭାଇରାଲ, ଜାଣନ୍ତୁ କିଏ ଏହି DJ?
ନିଜ ବ୍ଲଗ୍ରେ ଅମିତାଭ କହିଛନ୍ତି ଯେ, "କିଛି ପ୍ରତିଯୋଗୀ ଏତେ ଗମ୍ଭୀର ବ୍ୟକ୍ତିଗତ କାହାଣୀ ନେଇ ଆସୁଛନ୍ତି ଯେ, ସେମାନଙ୍କ ସାମ୍ନାରେ ନିଜ ଭାବନାକୁ ନିୟନ୍ତ୍ରଣ କରି ଶୋ’ ଚଲାଇବା କଷ୍ଟକର ହୋଇ ପଡ଼ୁଛି । ଏହି ଅନୁଭୂତି ତାଙ୍କୁ ଭିତରୁ ଦୁଃଖ ଦେଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ କାହାଣୀ ବିଷୟରେ ସେ ଅଧିକ କିଛି କହିନାହାନ୍ତି । ହୋଷ୍ଟ ଭାବେ ଶୋ’ ଓ ଚ୍ୟାନେଲ୍ ପ୍ରତି ତାଙ୍କର ଦାୟିତ୍ୱ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।
ଏହି ଅନୁଭୂତିକୁ ନେଇ ଅମିତାଭ ନିଜ ବ୍ଲଗ୍ରେ ଅବସର ନେବାକୁ ଇଚ୍ଛା ହେଉଥିବା କଥା ମଧ୍ୟ ଲେଖିଛନ୍ତି । ତେବେ, ଏହାକୁ ଆଧାର କରି ସେ ନିଶ୍ଚିତ ଭାବେ KBC ଛାଡ଼ିବେ ବୋଲି କୁହା ଯାଇନାହିଁ । ବର୍ତ୍ତମାନ KBC-18ରେ ସେ ହୋଷ୍ଟ ଭାବେ ରହିଛନ୍ତି ।
KBCର ଚଳିତ ସିଜନ୍ ୨୦୨୬ ଅଗଷ୍ଟ ୧୦ରୁ ଆରମ୍ଭ ହୋଇଛି । ଏଥର ଶୋ'ର ଥିମ୍ ରହିଛି 'ସୋଚନା ପଡ଼େଗା' ଅର୍ଥାତ୍ କୌଣସି ଉତ୍ତର ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏଥିସହ ପଢ଼ନ୍ତୁ: ଇତିହାସ ରଚିବା ପରେ ସିଏମ୍ ଯୋଗୀଙ୍କୁ ଭେଟିଲା ‘ହନୁମାନ ଅଂଶ’ ଟିମ୍, ଟ୍ୟାକ୍ସ ଫ୍ରି ହେବା ନେଇ ଚର୍ଚ୍ଚା
୨୦୦୦ ମସିହାରେ KBC ଆରମ୍ଭ ହେବା ପରଠାରୁ ଅମିତାଭ ବଚ୍ଚନ ଏହି ଶୋ’ର ପ୍ରମୁଖ ଚେହେରା ରହି ଆସିଛନ୍ତି । କେବଳ ତୃତୀୟ ସିଜନ୍ରେ ଶାହରୁଖ ଖାନ୍ ହୋଷ୍ଟ କରିଥିଲେ । ୨୦୧୦ରେ ଚତୁର୍ଥ ସିଜନ୍ରୁ ଅମିତାଭ ପୁଣି ହୋଷ୍ଟିଂକୁ ଫେରିଥିଲେ ।
ଏବେ KBC-18ରେ ପ୍ରତିଯୋଗୀମାନଙ୍କ ଜୀବନର ସଂଘର୍ଷ ଓ ବ୍ୟକ୍ତିଗତ କାହାଣୀ ଅମିତାଭଙ୍କୁ ଭାବପ୍ରବଣ କରୁଥିବା ତାଙ୍କ କଥାରୁ ଜଣାପଡ଼ିଛି । ତେବେ KBC ଛାଡ଼ିବା ନେଇ ତାଙ୍କ ପକ୍ଷରୁ କୌଣସି ନିଶ୍ଚିତ ଘୋଷଣା ହୋଇନାହିଁ ।

Related Topics
Explore more stories