Apurba Viral Video / ଏହି DJଙ୍କ ସହ ଅପୂର୍ବାଙ୍କ ଭିଡିଓ ହେଲେ ଭାଇରାଲ, ଜାଣନ୍ତୁ କିଏ ଏହି DJ?
·2 hours ago·2 min read

Key Points
ଅପୂର୍ବାଙ୍କ ଭିଡିଓ ଭାଇରାଲ୍
ଏହି DJଙ୍କ ସହ ଅପୂର୍ବାଙ୍କ ଭିଡିଓ ହେଲେ ଭାଇରାଲ
DJ ଅମିନଙ୍କ ସହ ତାଙ୍କ ଡେଟିଂକୁ ନେଇ ପୂର୍ବରୁ ଥିଲା ଗୁଜବ

ମୁମ୍ବାଇ,୦୯/୦୯: ସୋସିଆଲ ମିଡିଆ ସେନସେସନ୍ ତଥା ‘ରେବେଲ୍ କିଡ୍’ ଭାବେ ପରିଚିତ ଅପୂର୍ବା ମୁଖୀଜା ପୁଣିଥରେ ଚର୍ଚ୍ଚାରେ। ଏଥର କୌଣସି ବିବାଦୀୟ ବୟାନ କିମ୍ବା ଶୋ’କୁ ନେଇ ନୁହେଁ, ବରଂ ତାଙ୍କ କଥିତ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଡିଜେ ଅମିନ୍ ଜାଜ୍ଙ୍କ ସହ ତାଙ୍କ ଡେଟିଂକୁ ନେଇ ପୂର୍ବରୁ ଗୁଜବ ରହିଥିବା ବେଳେ, ଏବେ ଏକ ଭାଇରାଲ୍ ଭିଡିଓ ଏହି ଚର୍ଚ୍ଚାକୁ ଆହୁରି ତେଜ କରିଛି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି କ୍ଲିପ୍ଟି ସେପ୍ଟେମ୍ବର ୮ ତାରିଖ ରାତିର ବୋଲି ଦାବି କରାଯାଉଛି। ଭିଡିଓରେ ଅପୂର୍ବା ଏବଂ ଅମିନ୍ ଏକ କାର୍ଯ୍ୟକ୍ରମରେ ଏକାଠି ଥିବା ଦେଖାଯାଉଛି। ଅପୂର୍ବା ଏକ ହାଲ୍ଟର-ନେକ୍ ଡ୍ରେସ୍ ପିନ୍ଧିଥିବା ବେଳେ ଅମିନ୍ କଳା ଟି-ସାର୍ଟ ପିନ୍ଧିଥିବା ନଜର ଆସୁଛନ୍ତି। ଭିଡିଓରେ ଅମିନ୍ ଡିଜେ କନସୋଲ୍ରେ ମ୍ୟୁଜିକ୍ ଚଲାଉଥିବା ସମୟରେ ଅପୂର୍ବା ତାଙ୍କ ନିକଟରେ ଠିଆ ହୋଇ କଥା ହେଉଥିବା ଦେଖାଯାଉଛି। ଏହି ସମୟରେ ଅମିନ୍ ଅପୂର୍ବାଙ୍କୁ ନିଜ ଆଡ଼କୁ ଟାଣି ଆଣୁଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଚୁମ୍ବନ ହେଉଥିବା ଦାବି କରାଯାଉଛି। କିଛି ସମୟ ପରେ ଅପୂର୍ବା ସେଠାରୁ ଚାଲିଯାଉଥିବା ମଧ୍ୟ ଭିଡିଓରେ ଦେଖାଯାଉଛି। କ୍ଲିପ୍ଟି ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେବା ସହ ଅପୂର୍ବା ଏବଂ ଅମିନ୍ଙ୍କ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ପ୍ରଶଂସକ ଉଭୟଙ୍କୁ ଡେଟିଂ କରୁଥିବା ନେଇ ଅନୁମାନ କରୁଛନ୍ତି। ଅନ୍ୟପଟେ କିଛି ୟୁଜର୍ ଏହି ପ୍ରସଙ୍ଗରେ ଉଭୟଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାକୁ କହିଛନ୍ତି। ଭାଇରାଲ୍ କ୍ଲିପ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି।
ପଢନ୍ତୁ ଏହି ଖବର: ଏହି ଅଭିନେତ୍ରୀ ଖୋଲିଲେ ଜେଲର ଗୁମର, ତାଙ୍କ ପୋଷାକ କଢାଗଲା ଓ ଯାଞ୍ଚ କରାଗଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ୟୁଜର୍ ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ଏବେ ସବୁକିଛି ସରିଗଲା।” ଅନ୍ୟ ଜଣେ କହିଛନ୍ତି, “ଅମିନ୍ ଜାଜ୍ ଏବଂ ଅପୂର୍ବା ଏକାଠି ଅଛନ୍ତି, ତେବେ ଆମେ କାହିଁକି ଚିନ୍ତା କରିବା? ସେମାନଙ୍କୁ ନିଜ ଜୀବନ ବଞ୍ଚିବାକୁ ଦିଅ।” ଆଉ କିଛି ପ୍ରଶଂସକ ଅପୂର୍ବାଙ୍କୁ ସମର୍ଥନ କରି ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ନେଇ ମନ୍ତବ୍ୟ କରିଛନ୍ତି।
ଏହି ଚର୍ଚ୍ଚା ମଧ୍ୟରେ ଅପୂର୍ବାଙ୍କ ଏକ ପୁରୁଣା ବୟାନ ମଧ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ନିକଟରେ ସେ ନ୍ୟୁୟର୍କରେ ଏମ୍ବିଏ ପାଠପଢ଼ିବା ପରେ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ନ୍ୟୁୟର୍କରୁ ତୁର୍କୀ ଯାତ୍ରା କରିଥିବା ନେଇ କହିଥିଲେ ବୋଲି ରିପୋର୍ଟ ଆସିଥିଲା। ତେବେ ସେତେବେଳେ ମଧ୍ୟ ଅପୂର୍ବା ନିଜ ପ୍ରେମିକଙ୍କ ପରିଚୟ ସାର୍ବଜନୀନ କରିନଥିଲେ। ଏବେ ଭାଇରାଲ୍ ଭିଡିଓ ଏବଂ ପୂର୍ବରୁ ଥିବା ଏହି ବୟାନକୁ ନେଇ ଅମିନ୍ ଜାଜ୍ଙ୍କ ନାମ ଅପୂର୍ବାଙ୍କ ସହ ଯୋଡ଼ାଯାଉଛି। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରକୃତରେ ପ୍ରେମ ସମ୍ପର୍କ ରହିଛି କି ନାହିଁ, ସେନେଇ ଅପୂର୍ବା କିମ୍ବା ଅମିନ୍ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଦେଇନାହାନ୍ତି।
ତେଣୁ ଭାଇରାଲ୍ ଭିଡିଓକୁ ଆଧାର କରି ଉଭୟଙ୍କ ସମ୍ପର୍କ ବିଷୟରେ ନିଶ୍ଚିତ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅପୂର୍ବା ଓ ଅମିନ୍ଙ୍କ ଅଧିକାରିକ ପ୍ରତିକ୍ରିୟାକୁ ଅପେକ୍ଷା କରିବା ହିଁ ଉଚିତ। ଫିଲହାଲ୍, ଭାଇରାଲ୍ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।

Related Topics
Explore more stories