Amitabh Bachchan / ଦିନକରେ KBCର ୩ଟି ଏପିସୋଡ୍ ସୁଟ୍ କରନ୍ତି ୮୩ ବର୍ଷୀୟ ବିଗ୍ ବି
·9 months ago·2 min read

Key Points
ବିଗତ ୨୦ ବର୍ଷ ଧରି ଅମିତାଭ ବଚ୍ଚନ ଟିଭିର ହିଟ୍ କ୍ଵିଜ୍ ଶୋ 'କୌନ ବନେଗା କରୋଡ଼ପତି' (KBC) ଶୁଟ୍ କରି ଆସୁଛନ୍ତି । ଏବେ ବିଗ୍ ବି ଦିନକୁ ୧୫ ଘଣ୍ଟା କାମ କରି ଦିନକରେ ୩ଟି ଏପିସୋଡ୍ ଶୁଟ୍ କରୁଛନ୍ତି ।
ମୁମ୍ବାଇ: ବୟସ ବଢ଼ିଛି, ହେଲେ ନିଷ୍ଠା କମିନି । ଯୁବ ଭଳି ଆଜି ବି ସତେଜ ହୋଇ ସେଟ୍ରେ କାମ କରୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । କାମ ପ୍ରତି ଅମିତାଭଙ୍କ ନିଷ୍ଠା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛି । ବିଗତ ୨୦ ବର୍ଷ ଧରି ଅମିତାଭ ବଚ୍ଚନ ଟିଭିର ହିଟ୍ କ୍ଵିଜ୍ ଶୋ 'କୌନ ବନେଗା କରୋଡ଼ପତି' (KBC) ଶୁଟ୍ କରି ଆସୁଛନ୍ତି । ତାହା ବି ସମ୍ପୂର୍ଣ୍ଣ ଶୃଙ୍ଖଳାର ସହ ଗୁରୁତ୍ଵ ଦେଇ । ବିଗ୍ ବିଙ୍କ KBC ଅନ୍ଦାଜ ଲୋକଙ୍କ ମନ ଜିଣୁଛି ।
ନିକଟରେ KBCର ଏକ ଏପିସୋଡ୍ରେ 'ଦି ଫ୍ୟାମିଲି ମ୍ୟାନ୍'ର ଅଭିନେତା ଶାରିବ ହାସ୍ମି ତାଙ୍କ ସାଥୀ କଳାକାର ଏବଂ ବନ୍ଧୁ ମନୋଜ ବାଜପେୟୀ ଓ ଜୟଦୀପ ଅହଲାବତଙ୍କ ସହ ସାମିଲ୍ ହୋଇଥିଲେ । ସେଲିବ୍ରିଟି ଏପିସୋଡ୍ 'KBC ପ୍ଲେ ଅନଲଗ୍'ରେ ଅମିତାଭ ବଚ୍ଚନଙ୍କ ୩ ଜଣ ହଟ୍ ସିଟ୍ରେ ବସିଥିଲେ ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ଶୁଟିଂ ସମୟରେ ଶାରିବ ଅମିତାଭଙ୍କ କାର୍ଯ୍ୟଶୈଳୀ ଓ ତାଙ୍କ ଭିତରେ ଥିବା ଶକ୍ତି (ଝୁଙ୍କ୍) ଦ୍ଵାରା ବେଶ୍ ପ୍ରଭାବିତ ହୋଇଥିଲେ । ଆଉ ଉକ୍ତ କଥା ଡିଜିଟାଲ୍ କମେଣ୍ଟ୍ରି ବେଳେ କହିଛନ୍ତି ଶାରିବ ହାସ୍ମି । ଶାରିବ କହିଛନ୍ତି, "ବିଗ୍ ବି ସକାଳ ୯ଟାରୁ ଶୁଟିଂ ଆରମ୍ଭ କରି ରାତି ୧୨ଟାରେ ସାରନ୍ତି । ଗୋଟିଏ ଦିନରେ ଅମିତାଭ ବଚ୍ଚନ କରନ୍ତି ୩ଟି ଏପିସୋଡ୍ର ଶୁଟିଂ । ଥକିବା ସତ୍ତ୍ଵେ ତାଙ୍କ ଶକ୍ତିକୁ ମାନିବାକୁ ପଡ଼ିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶାରିବ ଆହୁରି କହିଛନ୍ତି, "ଭାବନ୍ତୁ ସ୍ଵପ୍ନ ଦେଖୁଛନ୍ତି, ଯାହା ସରୁ ନାହିଁ । ଏହା ବେଶ ବିସ୍ମୟକର ଅନୁଭବ ଥିଲା, ଜୀବନ ଥିବା ପର୍ଯ୍ୟନ୍ତ ମନେ ରହିବ । ଯେତେବେଳେ ବିଗ୍ ବି ମୋ ଯାତ୍ରା ବିଷୟରେ ପଚାରିଲେ ତ ମୋତେ ଭାବିବାକୁ ପଡ଼ିଲା । ସେ ଯେଭଳି କହୁଥିଲେ ତାକୁ ହଜମ କରିବା ମୋ ପକ୍ଷେ ମୁସ୍କିଲ୍ ଥିଲା ।"
ଥରକରେ ୩ ଏପିସୋଡ୍ ଶୁଟିଂ
KBCର ଶେଷ ଏପିସୋଡ୍ ଶୁଟିଂକୁ ନେଇ ଶାରିବ କହିଛନ୍ତି, "ତାଙ୍କ ପାଖେ ଥିବା ଶକ୍ତି (ଧୈର୍ଯ୍ୟ)ର କଳ୍ପନା ନାହିଁ, ତାଙ୍କୁ ସଲାମ । ଏତେ ବୟସରେ ଗୋଟିଏ ଦିନରେ ୩ଟି ଏପିସୋଡ୍ । ସକାଳ ୯ଟାରେ ବିଗ୍ ବି ସେଟ୍ରେ ପହଞ୍ଚନ୍ତି, ରାତି ପର୍ଯ୍ୟନ୍ତ ଶୁଟିଂ ଚାଲେ । ଆମ ଏପିସୋଡ୍ ଶେଷରେ ଥିଲା, ୧୨ଟାରେ ସରିଲା । ତଥାପି ଅମିତାଭ ବଚ୍ଚନଙ୍କ ଭିତରେ ଶକ୍ତି ସେମିତି ଥିଲା । ଗୋଟିଏ ଯୁଗର ସୁପରଷ୍ଟାର ହେବା ଏତେ ସହଜ ନୁହେଁ ।"
ଏଥିସହ ପଢ଼ନ୍ତୁ: ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା
ଉକ୍ତ ଏପିସୋଡ୍ରେ ମନୋଜ, ଜୟଦୀପ ଓ ଶାରିବ ଭଳ ଖେଳିବା ସହ ୭ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି । ଏବେ KBCକୁ ନେଇ ବ୍ୟସ୍ତ ଥିବା ବିଗ୍ ବି ଅମିତାଭ ବଚ୍ଚନ କଳ୍କୀ ଏଡି ୨୮୯୮ର ପାର୍ଟରେ ନଜର ଆସିବେ ।

Related Topics
Explore more stories