Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Amitabh Bachchan / ଏଇଠାରୁ ଆରମ୍ଭ ହୋଇଥିଲା ବଚ୍ଚନଙ୍କ ସର୍‌ନେମ ଚେଞ୍ଜ୍‌: ବିଗ୍‌ବିଙ୍କ ଭାଇ କହିଲେ ଏମିତି କଥା

Ritu Das
Browse all articles by Ritu Das
·9 months ago·2 min read
ଏଇଠାରୁ ଆରମ୍ଭ ହୋଇଥିଲା ବଚ୍ଚନଙ୍କ ସର୍‌ନେମ ଚେଞ୍ଜ୍‌: ବିଗ୍‌ବିଙ୍କ ଭାଇ କହିଲେ ଏମିତି କଥା

Key Points

ଅମିତାଭଙ୍କ ସରନେମ କାହିଁକି ବଦଳିଥିଲା?

ପ୍ରଥମେ ଥିଲା ଶ୍ରୀବାସ୍ତବ କିନ୍ତୁ କାହିଁକି ହେଲା ବଚନ?

ବାପା ହରିବଂଶରାୟ ଭାବିଥିଲେ ଜାତିକୁ ନେଇ କୌଣସି ପରିଚୟ ରଖିବେନି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ନୁହେଁ ତାଙ୍କ ପରିବାର ଲୋକ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅମିତାଭଙ୍କ ସାନ ଭାଇ ଅଜିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ତ ଦୂରରେ ରୁହନ୍ତି ଏହାସହ ସୋସିଆଲ ମିଡିଆ ଠାରୁ ବି ବହୁ ଦୂରରେ ରହିଥାଆନ୍ତି। ନିକଟରେ ଅଜିତାଭଙ୍କୁ ଏକ ଇଣ୍ଟରଭ୍ୟୁରେ ଦେଖାଯାଇଥିଲା। ଏହି ସାକ୍ଷାତକାରରେ ସେ ଅମିତାଭଙ୍କ ସରନେମକୁ ନେଇ ଏକ ମଜାଦାର କଥା କହିଥିଲେ। ଯାହାକି କେହି ଜାଣି ନାହାନ୍ତି। ସେ କହିଥିଲେ ଯେ କେମିତି ଅମିତାଭଙ୍କ ସରନେମରୁ ଶ୍ରୀବାସ୍ତବ ହଟାଯାଇ ବଚ୍ଚନ କରିଦିଆଗଲା।


ବଲିଉଡରେ ବଡ଼ ବିବାଦ: ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ


ଚାଲନ୍ତୁ ଜାଣିବା କେମିତି ହେଲେ ଶ୍ରୀବାସ୍ତବରୁ ବଚ୍ଚନ
ଅମିତାଭ ବଚ୍ଚନଙ୍କ ବାପା ତଥା ଲୋକପ୍ରିୟ କବି ହରିବଂଶ ରାୟ ବଚ୍ଚନ କାୟସ୍ଥ ସମ୍ପ୍ରଦାୟର। ସେ ପ୍ରଥମ ଥର ସାହିତ୍ୟିକ ଭାଷା ପ୍ରୟୋଗ କରି `ବଚ୍ଚନ'ର ବ୍ୟବହାର କରିଥିଲେ। ବଚ୍ଚନର ଅର୍ଥ ହେଉଛି ଛୋଟ ଛୁଆ ଭଳି ଏବଂ ଏହି ଉପନାମ ତାଙ୍କ ମା' ଦେଇଥିଲେ। ନିକଟରେ ଅମିତାଭଙ୍କ ଭାଇ ଅଜିତାଭ ଆରଜେ ସଚ୍ଚିନଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ। ତାଙ୍କ ମା' ସବୁବେଳେ କହୁଥିଲେ ବଚନବା କୋଉଠି ଅଛି। ବଚନବା କହିକି ଡାକୁଥିଲେ। ଆଉ ହରିବଂଶଙ୍କୁ ଏହି ନାଁ ବେଶ ପସନ୍ଦ ଆସିଥିଲା। ଏହାପରେ ଅମିତାଭଙ୍କ ପିତା ହରିବଂଶ ରାୟଙ୍କୁ ଏହି ନାଁ ବହୁତ ପସନ୍ଦ ଆସିଲା। ଆଉ ସେ ସବୁଥିରେ ଏହି ନାଁକୁ ବ୍ୟବହାର କରି ଚାଲିଲେ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପରେ ସ୍କୁଲରେ ଲେଖାଗଲା ବଚ୍ଚନ ସରନେମ:
ଅଜିତାଭ ଆଉ ମଧ୍ୟ କହିଥିଲେ ଏକ କଲମମୁନରୁ ଆରମ୍ଭ ହୋଇଥିଲା ଏହି ନାଁର ଆରମ୍ଭ। ଆଉ ଧୀରେ ଧୀରେ ଏହା ପୁରା ପରିବାରର ପରିଚୟ ପାଲଟିଗଲା। ଯେବେ ଅଭିତାଭଙ୍କର ସ୍କୁଲରେ ନାଁ ଲେଖାହେଲା ସେତେବଳେ ତାଙ୍କ ବାପା ଅମିତାଭଙ୍କ ସରନେମ ବଚ୍ଚନ ବୋଲି ଲେଖିଥିଲେ। ଆଉ ଜାତି ସହ ଜଡ଼ିତ ଥିବା ଶ୍ରୀବାସ୍ତବ ସରନେମ ସବୁଦିନ ପାଇଁ ହଟିଗଲା। ଜାତିକୁ ନେଇ ଆଧାରିତ ପରିଚୟ ଜାଣିଶୁଣି ତାଙ୍କ ବାପା ହଟାଇଦେଇଥିଲେ।
ଆଉ ଗୋଟିଏ କଥା ଆପଣ ବୋଧେ ଜାଣି ନ ଥିବେ ଅଜିତାଭ ବଚ୍ଚନ ହେଉଛନ୍ତି ଅମିତାଭଙ୍କ ସାନ ଭାଇ। ଅଜିତାଭ ଅମିତାଙ୍କଠାରୁ ୫ବର୍ଷ ସାନ ଅଟନ୍ତି। ଯେଉଁଠି ଅମିତାଭ ତାଙ୍କ କ୍ୟାରିୟର ଫିଲ୍ମରେ କରିଥିଲେ।


ଏହି ଷ୍ଟାରମାନେ ପିତାମାତା ହୋଇଛନ୍ତି, ଏବେ କ୍ୟାଟ୍ରିନା ଏବଂ ଭିକି କୌଶଲଙ୍କ ପାଳି


ଆଉ ତାଙ୍କ ଭାଇ ଅଜିତାଭ ଫିଲ୍ମ ଦୁନିଆରୁ ପୁରା ଦୂରରେ ମାନେ ବିଜନେସକୁ ନିଜର କ୍ୟାରିୟର ଭାବେ ବାଛି ନେଇଥିଲେ। ଆଉ ବିଜନେସ ହିଁ ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ଅମିତାଭ ଏବଂ ଅଜିତାଭ ଦୁଇ ଭାଇ ଉତ୍ତରାଖଣ୍ଡର ଶେରଉଡ କଲେଜରେ ପଢ଼ୁଥିଲେ। କିନ୍ତୁ ପରେ କ୍ୟାରୟର ଅଲଗା ଅଲଗା କ୍ଷେତ୍ରରେ ବାଛିଥିଲେ। ଆଉ ଗୋଟିଏ କଥା ବହୁ କମ ଲୋକ ଜାଣିଥିବେ ଯେ, ଅଜିତାଭଙ୍କ ପତ୍ନୀ ରମୋଲା ଅମିତାଭଙ୍କର ଜଣେ ଭଳ ବନ୍ଧୁ। ବିଗ ବି ହିଁ ତାଙ୍କ ସାନ ଭାଇ ଅଜିତାଭଙ୍କ ସହ ରମୋଲାଙ୍କୁ ଭେଟ କରାଇଥିଲେ। ଏହାପରେ କିଛି ବର୍ଷ ବନ୍ଧୁତା ରଖିବା ପରେ ଦୁହେଁ ବିବାହ କରିଥିଲେ।

Sponsored
Amitabh Bachchan’s Surname Change Story Revealed by His Brother | Argus News | Argus News