Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Shahrukh Khan / ବଲିଉଡରେ ବଡ଼ ବିବାଦ: ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ

Ritu Das
Browse all articles by Ritu Das
·9 months ago·3 min read
ବଲିଉଡରେ ବଡ଼ ବିବାଦ: ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ

Key Points

ବଲିଉଡରେ ବଡ଼ ବିବାଦ

ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ

ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ" ବିରୋଧରେ ଏକ ମାନହାନି ମାମଲା ରୁଜୁ କରିଛନ୍ତି


ବଲିଉଡ୍‌ରେ ପୁଣିଥରେ ତର୍କ–ବିତର୍କ ସୃଷ୍ଟି କରିଛି ପୂର୍ବ NCB ଅଫିସର ସମୀର ୱାଙ୍ଖେଡେ ଏକ ନୂଆ ଅଭିଯୋଗ ଆଣିଛନ୍ତି। ପୁଣି ଶାହାରୁଖ-ସମୀର-ଆର୍ଯ୍ୟନ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ଜଣେ ଏନସିବି ଅଫିସର ଏତେ ବଡ଼ ଷ୍ଟାରଙ୍କ ପଛରେ ପଡ଼ିଛନ୍ତି। ୱାଙ୍ଖଡେ, ଯିଏ 2021 ମସିହାରେ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ରୁଜ୍ ଡ୍ରଗ୍ କେସରେ ଗିରଫ କରିଥିଲେ, ସେ ଏବେ ଶାହରୁଖ୍‌ଙ୍କ ପ୍ରଡକ୍ସନ ହାଉସ୍ "ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ" ବିରୋଧରେ ଏକ ମାନହାନି ମାମଲା ରୁଜୁ କରିଛନ୍ତି।


‘ବ୍ୟାଡ୍‌ସ ଅଫ୍‌ ବଲିଉଡ୍‌’ରେ ନଜର ଆସିବେ ଆନ୍ୟା


ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ଦି ବା***ଡସ୍‌ ଅଫ୍‌ ବଲିଉଡ୍‌’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍‌ରେ ତାଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ସେ ଶାହାରୁଖ ଖାନଙ୍କ କମ୍ପାନୀ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଠାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି, ଯାହା ସେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲକୁ ଦାନ କରିବେ ବୋଲି କହିଛନ୍ତି।


ଏହାସହ ପଢ଼ନ୍ତୁ....ବିବାହର 4 ବର୍ଷ ପରେ ପିତା-ମାତା ହେବେ Vickat, ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା


ୱାଙ୍ଖେଡେ ଅଭିଯୋଗ କରିଛନ୍ତି ଯେ, ଏହି ସିରିଜ୍‌ ତାଙ୍କ ମାନସମ୍ମାନକୁ କଳଙ୍କିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ କରାଯାଇଛି। ସେପ୍ଟେମ୍ବର ୧୮ରୁ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ଏହି ସିରିଜ୍‌ରେ ତାଙ୍କୁ ଏକ ଚରିତ୍ର ମାଧ୍ୟମରେ ଅପମାନଜନକ ଭାବେ ଉପସ୍ଥାପନ କରାଯାଇଛି। ଏହା ଜାତୀୟ ପ୍ରତୀକର ଅପମାନ ସହ ଆଇନ ଉଲ୍ଲଙ୍ଘନ କରୁଥିବା ସେ ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୱାଂଖେଡେଙ୍କ ଅଭିଯୋଗ ଅନୁଯାୟୀ, "ରେଡ୍ ଚିଲିଜ୍" ପ୍ରଡକ୍ସନରେ ପ୍ରସ୍ତୁତ କରାଯାଇଥିବା ଏହି ଶୋ’ରେ ତାଙ୍କୁ ନେଗେଟିଭ୍ ଭାବରେ ଦେଖାଯାଇଛି ଯାହାର ଫଳରେ ତାଙ୍କର ସମ୍ମାନକୁ କ୍ଷତି ପହଞ୍ଚିଛି। ସେ କହିଛନ୍ତି, “ମୁଁ ମୋର କର୍ତ୍ତବ୍ୟ ପାଳନ କରିଥିଲି, କିନ୍ତୁ ଏଭଳି ପ୍ରତିଚ୍ଛବି ସୃଷ୍ଟି କରାଗଲା ଯାହାରୁ ଲୋକେ ମୋତେ ଦୁର୍ନୀତିଗ୍ରସ୍ତ ଏବଂ ପକ୍ଷପାତୀ ଭାବରେ ଦେଖୁଛନ୍ତି। ଏହା ମୋର ପରିବାର, କାର୍ଯ୍ୟଜୀବନ ଏବଂ ସାମାଜିକ ସ୍ଥାନକୁ ପ୍ରଭାବିତ କରିଛି।”
ଏହି ମାମଲା ରୁଜୁ ହେବା ପରେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। କେହି ୱାଙ୍ଖଡେଙ୍କ ପକ୍ଷରେ ଥିଲେ, କେହି ତାଙ୍କୁ ଅତିରିକ୍ତ ପ୍ରଚାର ଲାଭ କରିବାରେ ଲାଗିଥିବା ବୋଲି ଆରୋପ କରିଛନ୍ତି।


ଆହୁରି ପଢ଼ନ୍ତୁ ମନୋରଞ୍ଜନ ସମ୍ପର୍କିତ ଖବର...


"ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ" ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ବଲିଉଡ୍‌ରେ ଏହାକୁ ଏକ ବଡ଼ ବିବାଦ ବୋଲି ଦେଖାଯାଉଛି କାରଣ ଏହା ପ୍ରଥମ ଥର କୌଣସି ପୂର୍ବ NCB ଅଫିସର ସିଧାସଳଖ ବଲିଉଡ୍ ପ୍ରଡକ୍ସନ କମ୍ପାନୀକୁ ଅଦାଲତକୁ ଆଣିଛନ୍ତି।
ସୂଚନା ଥାଉ କି, ୨୦୨୧ରେ ଆର୍ଯ୍ୟନ ଖାନଙ୍କୁ ମାଦକ ଦ୍ରବ୍ୟ ମାମଲାରେ ଗିରଫ କରିଥିବା ୱାଙ୍ଖେଡେ ଏହି ସିରିଜ୍‌କୁ ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲା ବର୍ତ୍ତମାନ ବମ୍ବେ ହାଇକୋର୍ଟ ଓ NDPS ସ୍ପେଶାଲ କୋର୍ଟରେ ବିଚାରାଧୀନ ରହିଛି।


ବିବୃତ୍ତିରେ ୱାଙ୍ଖେଡେ ଆହୁରି କହିଛନ୍ତି ଯେ ଏହା ବ୍ୟତୀତ ସିରିଜରେ ଏକ ଚରିତ୍ରକୁ ଅଶୋଭନୀୟ ଇଙ୍ଗିତ କରି ଦର୍ଶାଯାଇଛି, ବିଶେଷକରି ଯେବେ ସେ ‘ସତ୍ୟମେବ ଜୟତେ ’ର ନାରା ଲଗେଇ (ଯାହା ରାଷ୍ଟ୍ରୀୟ ପ୍ରତୀକର ଅଂଶ ) ମିଡ଼ିଲ ଫିଙ୍ଗର ଦେଖାଉଛି। ଏହି କାର୍ଯ୍ୟ ରାଷ୍ଟ୍ରୀୟ ସମ୍ମାନ ଅପମାନ ନିବାରଣ ଅଧିନିୟମ, ୧୯୭୧ର ପ୍ରାବଧାନର ଗୁରୁତର ଉଲ୍ଲଙ୍ଘନ , ଯେଉଁଥି ପାଇଁ ଆଇନଗତ ଦଣ୍ଡର ପ୍ରାବଧାନ ରହିଛି।


ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସିରିଜର ସାମଗ୍ରୀ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଓ ଭାରତୀୟ ଦଣ୍ଡ ସଂହିତା (ବିଏନଏସ)ର ଅନେକ ପ୍ରାବଧାନର ଉଲ୍ଲଙ୍ଘନ କରିଥାଏ, କାରଣ ଏହା ଅଶ୍ଳୀଳ ଓ ଆପତ୍ତିଜନକ ସାମଗ୍ରୀର ମାଧ୍ୟମରେ ରାଷ୍ଟ୍ରୀୟ ଭାବନାକୁ ଆଘାତ ଦେବାକୁ ପ୍ରୟାସ କରିଥାଏ।

Sponsored
Bollywood Controversy: Sameer Wankhede Targets Shah Rukh Khan Again | Argus News | Argus News