Videos
|
Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ, ଚିନ୍ତା ପ୍ରକଟ କଲେ ଫ୍ୟାନ୍ସ

Banajyotshna Ray
Browse all articles by Banajyotshna Ray
·2 years ago
ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ, ଚିନ୍ତା ପ୍ରକଟ କଲେ ଫ୍ୟାନ୍ସ

ଅର୍ଗସ ବ୍ୟୁରୋ:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଅମିତାଭ ବଚ୍ଚନ। ଏଖବର ପରେ ଅମିତାଭଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଆଜି ସକାଳେ ପୁଣି ବିଗ୍ ବି ଭର୍ତ୍ତି ହୋଇଛନ୍ତି । ଆଜି ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଗୋଡରେ ଜମି ରହିଥିବା ବ୍ଲଡ କ୍ଲଟ ଯୋଗୁ ଏହି ଆଞ୍ଜିଓପ୍ଲାଷ୍ଟି ହୋଇଛି । ବିଗ୍ ବି’ଙ୍କର ଏହି ଟୁଇଟ୍ ପରେ ଫ୍ୟାନ୍ସମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଓ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଞ୍ଜିଓପ୍ଲାଷ୍ଟି ପରେ ବିଗ୍ ବି ଭଗବାନ ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ସବୁଥର ପରି ଏଥର ବି ମୁଁ ଆପଣମାନଙ୍କ ନିକଟରେ ଋଣୀ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Amitabh Bachchan undergoes angioplasty Kokilaben Hospital | Argus News