Dadasaheb Phalke Award / ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ସମ୍ମାନ, ଭାରତ ସରକାରଙ୍କ ବଡ଼ ଘୋଷଣା
·50 mins ago·2 min read

Key Points
ଅନନ୍ତ ନାଗଙ୍କ ନାଁରେ ଆଉ ଏକ ବଡ଼ ସମ୍ମାନ
ମିଳିବ ଦାଦାସାହେବ ଫାଲ୍କେ ଆୱାର୍ଡ
୩୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ
ମିଳିବ ଦାଦାସାହେବ ଫାଲ୍କେ ଆୱାର୍ଡ
୩୦୦ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ
ପ୍ରତିବର୍ଷ ଜଣେ କଳାକାରଙ୍କୁ ଭାରତୀୟ ସିନେମାରେ ତାଙ୍କର ସ୍ମରଣୀୟ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଏ । ଏହି ପୁରସ୍କାରକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବରେ ବିବେଚନା କରାଯାଏ । ୨୦୨୪ ବର୍ଷ ପାଇଁ କନ୍ନଡ ସିନେମାର ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଭାରତ ସରକାର ଏହି ପୁରସ୍କାର ପାଇଁ ୭୮ ବର୍ଷୀୟ ଅଭିନେତାଙ୍କ ନାମ ଘୋଷଣା କରିଛନ୍ତି ।
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ନିଜର ଏକ୍ସ ହ୍ୟାଣ୍ଡେଲ୍ରେ ଅନନ୍ତ ନାଗଙ୍କ ଫଟୋ ସେୟାର କରି ଏହି ଘୋଷଣା କରିଛି । PIB ପକ୍ଷରୁ କୁହାଯାଇଛି ଯେ, ଦାଦାସାହେବ ଫାଲ୍କେ ପୁରସ୍କାର ସିଲେକ୍ସନ୍ କମିଟିର ସୁପାରିସ ଆଧାରରେ ଅନନ୍ତ ନାଗଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।
ଏଥିରେ ଆହୁରି କୁହାଯାଇଛି, "ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ ଅନନ୍ତ ନାଗଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ୨୦୨୪ରେ ସମ୍ମାନିତ କରାଯିବ । ସେ ଅନେକ ପିଢ଼ିକୁ ପ୍ରେରଣା ଦେଇଛନ୍ତି ।" ଏହି ପୁରସ୍କାର ସେପ୍ଟେମ୍ବର ୨୨, ୨୦୨୬ରେ ଗୁଜୁରାଟର କେଭାଡିଆରେ ଅନୁଷ୍ଠିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ।
କିଏ ଏହି ଅନନ୍ତ ନାଗ ?
ଅନନ୍ତ ନାଗ ଭାରତୀୟ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ । ୪ ସେପ୍ଟେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିବା ଅନନ୍ତ ନାଗ କନ୍ନଡ଼ ସିନେମାରେ ନିଜର ଅଭିନୟ ପାଇଁ ବିଶେଷ ପରିଚିତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କର ଦୀର୍ଘ ଅଭିନୟ ଜୀବନରେ ସେ ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । କନ୍ନଡ଼ ବ୍ୟତୀତ ସେ ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ ଓ ମଲୟାଲମ୍ ଭାଷାର ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଭାରତୀୟ ସିନେମାରେ ଅନନ୍ତ ନାଗଙ୍କ ଦୀର୍ଘ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ଦିଆଯିବାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
Related Topics
Explore more stories