ଅନନ୍ତ-ରାଧୀକାଙ୍କ ସଙ୍ଗୀତରେ ଜଷ୍ଟିନ ବାଇବରଙ୍କ ଉପରେ ଟଙ୍କା ବର୍ଷା

ଅର୍ଗସ ବ୍ୟୁରୋ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତରେ ଜବରଦସ୍ତ ସେରିମନି। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ ଜ୍ବାଇଁ ମଧ୍ୟ ନାଚିଛନ୍ତି।
ଅନନ୍ତଙ୍କ ସଙ୍ଗୀତ ସେରିମନୀରେ ପର୍ଫମାନ୍ସ ଦେବାକୁ ପପ୍ ସିଙ୍ଗର ଜଷ୍ଟିନ ବାଇବର ଭାରତ ଆସିଥିଲେ। କିନ୍ତୁ ଜଷ୍ଟିନ ଭାରତ ଆସିବାପାଇଁ କେତେ ଟଙ୍କା ଚାର୍ଜ କରିଥିଲେ ଆପଣ ଜାଣିଛନ୍ତି କି, ଜଷ୍ଟିନ ଗୋଟିଏ ପର୍ଫମାନ୍ସ ପାଇଁ ୮୫ କୋଟି ଟଙ୍କା ନେଇଛନ୍ତି। ଜଷ୍ଟିନଙ୍କ ଗୀତର ସମସ୍ତେ ଦିଓ୍ବାନା। ସଙ୍ଗୀତରେ ଚାର ଚାନ୍ଦ ଲଗାଇଲେ ଜଷ୍ଟିନ। ହଲିଉଡର ସିଙ୍ଗର ହେଲେ ବି ବଲିଉଡ ଫ୍ୟାନଙ୍କର ଖୁବ ଲୋକପ୍ରିୟ।
ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗତକାଲି ସଙ୍ଗୀତ ସେରିମନି ଅନୁଷ୍ଠିତ ହୋଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସମେତ କ୍ରିକେଟ ତାରକା ମଧ୍ୟ ସାମିଲ ହୋଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର