Videos
|
Entertainment

ପୁଣି ଏବେ ଅଭିନେତ୍ରୀ ଆଲିଆଙ୍କ ଡିପଫେକ ଭାଇରାଲ

Ritu Das
Browse all articles by Ritu Das
·2 years ago·1 min read
ପୁଣି ଏବେ ଅଭିନେତ୍ରୀ ଆଲିଆଙ୍କ ଡିପଫେକ ଭାଇରାଲ

ଅର୍ଗସ ବ୍ୟୁରୋ: ବଲିଉଡ ତଥା ଟଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଟ୍ରିନା କୈଫ, କାଜଲଙ୍କ ପରେ ଏବେ ଆଲିଆ ଭଟ୍ଟ ଡି‌ପ୍‌ଫେକ୍‌ର ଶିକାର ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ଆଲିଆଙ୍କ ଡି‌ପଫେକ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁମାତ୍ରାରେ ପ୍ରସାରିତ ହେଉଛି। ଏଥିଯୋଗୁ ଏଆଇର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଯାଇଛି। ପ୍ରସାରିତ ହେଉଥିବା ଭିଡିଓରେ ଆଲିଆ ଭଟ୍ଟଙ୍କ ମୁହଁକୁ ସଂପାଦିତ କରାଯାଇ ଅନ୍ୟ ଏକ ମହିଳାଙ୍କ ମୁହଁକୁ ଲଗାଯାଇଛି। ଜଣେ ମହିଳା ନୀଳ ‌ଫୁଲପକା ପୋଷାକ ପିନ୍ଧିଛନ୍ତି। 

କିନ୍ତୁ ସେହି ମହିଳାଙ୍କ ମୁହଁ ସ୍ଥାନରେ ଆଲିଆଙ୍କ ମୁହଁକୁ ଲଗାଇ ଦିଆଯାଇଛି। ଆଲିଆଙ୍କ ପୂର୍ବରୁ କାଜଲଙ୍କ ଡିପଫେକ୍ ଭିଡିଓ ସାଧାରଣରେ ଦେଖିବାକୁ ମିଳିଥିଲା। ଫଳରେ କ୍ୟାମେରା ସାମ୍ନାରେ କାଜଲ ପୋଷାକ ବଦଳାଉଥିବା ଭ୍ରମରେ ଲୋକମାନେ ପଡ଼ିଥିଲେ। ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅଭିନେତା ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଅନେକ ବ୍ୟକ୍ତି ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ। ଏହାପରେ ସରକାର ସାମାଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକୁ ଏହାର ନିୟନ୍ତ୍ରଣ ନେଇ ସତର୍କ କରାଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
And now actress | Argus News