Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଫିଲ୍ମ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ ଅନିଲ କପୁର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଫିଲ୍ମ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ ଅନିଲ କପୁର

ଅର୍ଗସ ବ୍ୟୁରୋ: ଫିଲ୍ମ ନାୟକ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତା ଅନିଲ କପୁର ଫିଲ୍ମରେ ଆସିବା ପରେ ମଧ୍ୟ ଏମିତି ଏକ ସିନ୍‌ ଥିଲା ଯେଉଁଥିପାଇଁ ଅନିଲ କପୁର ସଙ୍କୋଚରେ ଥିଲେ ଏବଂ ଡାଇରେକ୍ଟର ଶଙ୍କର କହିଥିଲେ ଯେ, ହିରୋ ଚେଞ୍ଚ କରିଦେବି କିନ୍ତୁ ସିନ୍‌ ନୁହେଁ। ଅଭିନେତା ଅନିଲ କପୁରଙ୍କର ସବୁଠାରୁ ଆଇକନିକ ଫିଲ୍ମ ଭିତରୁ 'ନାୟକ' ହେଉଛି ଅନ୍ୟତମ। ଯାହା ପୁଣିଥରେ ଚର୍ଚ୍ଚାରେ । ଜଣେ ସାଧାରଣ ଲୋକ ରାତାରାତି ମୁଖ୍ୟମନ୍ତ୍ରୀ ହେବା ଏବଂ 'ସିଷ୍ଟମ୍' ପରିବର୍ତ୍ତନ କରିବାର ଏହି କାହାଣୀ କେବଳ ଜନସାଧାରଣଙ୍କୁ ବଡ଼ ମନୋରଞ୍ଜନ ଯୋଗାଇଲା ନାହିଁ, ବରଂ ଏକ ଦୃଢ଼  ସାମାଜିକ ବାର୍ତ୍ତା ମଧ୍ୟ ଦେଇଥିଲା । ବର୍ତ୍ତମାନ ଏହି ଫିଲ୍ମଟି ଚର୍ଚ୍ଚାରେ ଅଛି । କାରଣ ଏହି ଫିଲ୍ମର  ସିକ୍ୱେଲ 2001ରେ ତିଆରି କରିବାର ଖବର ଆସିବା ଆରମ୍ଭ ହୋଇଥିଲା।

ରିପୋର୍ଟରୁ ଜଣାପଡିଛି ଯେ 'ପଠାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ 'ନାୟକ ୨' ନିର୍ମାଣ ପାଇଁ କାର୍ଯ୍ୟ କରୁଛନ୍ତି ।  ନିର୍ଦ୍ଦେଶକ ମିଲାନ୍ ଲୁଥ୍ରିଆଙ୍କ ସହ ହାତ ମିଳାଇଛନ୍ତି | ଅନିଲ କପୁରଙ୍କ ନାମ ଫିଲ୍ମର କାଷ୍ଟରେ ରହିବ କି ନାହିଁ ସେନେଇ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ କପୁର ମଧ୍ୟ 'ନାୟକ' ପାଇଁ ପ୍ରଥମ ପସନ୍ଦ ନଥିଲେ। ଫିଲ୍ମକୁ ଆସିବା ପରେ ମଧ୍ୟ ଏପରି ଏକ ଦୃଶ୍ୟ ଥିଲା ଯେଉଁଥି ପାଇଁ ଅନିଲ କୁଣ୍ଠୋବୋଧ କରିଥିଲେ ଏବଂ ନିର୍ଦ୍ଦେଶକ ଶଙ୍କର କହିଥିଲେ ଯେ 'ମୁଁ ହିରୋ ବଦଳାଇବି, କିନ୍ତୁ ଦୃଶ୍ୟ ନୁହେଁ', ।

ପ୍ରଥମେ ଅମିର ଖାନଙ୍କୁ ଏହି ଫିଲ୍ମ ପାଇଁ ଅଫର ଯାଇଥିଲା। ହେଲେ ସେ ମନା କରିଦେଇଥିଲେ । ତାପରେ ଶାହାରୁଖ ଖାନଙ୍କ ପାଇଁ ଏହି ଫିଲ୍ମର ଅଫର ଯାଇଥିଲା। ସେ ମଧ୍ୟ ଏହି ଫିଲ୍ମକୁ ମନା କରିଦେଇଥିଲେ ଆଉ ଶେଷରେ ଅନିଲ କପୁର ହିଁ ଏହି ଫିଲ୍ମ ପାଇଁ ୁପଯୁକ୍ତ ଥିଲେ ଏବଂ ସମସ୍ତ ସିନ କରିଥିଲେ। ଯେଉଁ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


 

Sponsored
Anil Kapoor Wasn’t The First Choice For 'Nayak' As The Director Had Two More Big Stars In Mind | Argus News