Videos
|
Entertainment

ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ ଖେର

Ritu Das
Browse all articles by Ritu Das
·2 years ago·1 min read
ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ ଖେର

ଅର୍ଗସ ବ୍ୟୁରୋ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କ ଜନ୍ମଦିନରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ପ୍ରଶଂସଙ୍କୁ ଖୁସି ଖବର ଦେଇଛନ୍ତି। ଅଭିନେତା ଶେୟାର କରିଥିବା ଭିଡିଓରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଘୋଷଣା କରିଛନ୍ତି।

 

ଭିଡିଓରେ ଅନୁପମ ତାଙ୍କ ମା’ଙ୍କ ସହିତ ପୂଜା ଘରେ ବାପାଙ୍କ ଛବି ସାମ୍ନାରେ ଠିଆ ହୋଇ ‘ତାନଭି ଦି ଗ୍ରେଟ୍’ ନାମକ ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋସିଆଲ ମିଡିଆରୁ ଦୂରେଇ ରହିବାର କାରଣ କହିଲେ ରାଣୀ

ଭିଡିଓର କ୍ୟାପସନରେ ଅନୁପମ ଲେଖିଛନ୍ତି, ‘ତାନଭି ଦି ଗ୍ରେଟ୍’ ସିନେମା ନାମକୁ ମୋର ଜନ୍ମଦିନରେ ଘୋଷଣା କରି ଗର୍ବ ଅନୁଭବ କରୁଛି। ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସର୍ବୋତ୍ତମ ଦିନ । ଏହି ସିନେମାକୁ ମୁଁ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଇଛି। ତିନିବର୍ଷ ଧରି ଏହା ଉପରେ କାମ କରିବାପରେ ସିନେମାର ସୁଟିଂ ଆରମ୍ଭ ପାଇଁ ଶୁଭ ଦିନ ଭାବେ ମହାଶିବରାତ୍ରୀ ପଡ଼ୁଥିବା ମାର୍ଚ୍ଚ ୮ ତାରିଖକୁ ଚୟନ କରିଛି। ମୋତେ ଆପଣମାନଙ୍କ ସ୍ନେହ, ଶୁଭେଚ୍ଛା ଏବଂ ଆଶୀର୍ବାଦ ଲୋଡା। ଓମ୍ ନମଃ ଶିବାୟ।


 

Anupam Kher | Argus News