Videos
|
Entertainment

Anushka Shetty / ଏହି ପୁଅକୁ ବାହା ହେବେ ଅନୁଷ୍କା, ଜାଣନ୍ତୁ କେଉଁ ଦିନ ହେବ ବିବାହ ?

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଏହି ପୁଅକୁ ବାହା ହେବେ ଅନୁଷ୍କା, ଜାଣନ୍ତୁ କେଉଁ ଦିନ ହେବ ବିବାହ ?
Anushka Shetty

Key Points

ଶେଷରେ ବାହାହେବେ ଅନୁଷ୍କା ସେଟ୍ଟୀ
ଜାଣନ୍ତୁ କିଏ ହେବ ତାଙ୍କ ସ୍ୱାମୀ?
ପୁଣି ଆଉ ଏକ ଖୁସି ଖବର। ବିଜୟ ଏବଂ ରଶ୍ମିକାଙ୍କ ପରେ ବିବାହ କରିବେ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏ ଖବର ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଅନେକ ଦିନ ଧରି ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ କାହାକୁ ବିବାହ କରିବେ ଅନୁଷ୍କା ତାହା ଜାଣିବାକୁ ସମସ୍ତଙ୍କ ଇଚ୍ଛା। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ କାହାକୁ ବିବାହ କରିବେ, ସେ ନେଇ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି। ସାମ୍ନାକୁ ଆସୁଥିବା ନୂଆ ରିପୋର୍ଟ ଅନୁଯାୟୀ, ଅନୁଷ୍କା ଖୁବଶୀଘ୍ର ଜଣେ ବ୍ୟବସାୟୀଙ୍କ ହାତ ଧରିପାରନ୍ତି।

ଅନୁଷ୍କା ନିଜର ଭଲ ଅଭିନୟ ଏବଂ ’ଅରୁନ୍ଧତୀ’ ଓ ’ଦେବସେନା’ ଭଳି ଚରିତ୍ର ପାଇଁ ଘରେ ଘରେ ପରିଚିତ। ଯଦିଓ ସେ ଏବେ ଫିଲ୍ମରୁ ସାମାନ୍ୟ ଦୂରେଇ ରହିଛନ୍ତି, ତଥାପି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଉତ୍ସାହ ଦେଖିବାକୁ ମିଳେ। ଦିନେ ଅନୁଷ୍କା ଶେଟ୍ଟୀଙ୍କ ନାମ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ବେଶ ଚର୍ଚ୍ଚାରେ ରହିଥିଲା। ’ବିଲ୍ଲା’, ’ମିର୍ଚି’ ଏବଂ ପରେ ’ବାହୁବଳୀ’ ସିରିଜ୍‌ର ଅପାର ସଫଳତା ପରେ ଏହି ଯୋଡ଼ି ସାରା ବିଶ୍ୱରେ ଫେମସ ହୋଇଥିଲେ। ପରଦା ଉପରେ ଏହି ଦୁଇ ଜଣଙ୍କ କେମିଷ୍ଟ୍ରିକୁ ଦେଖି ସେମାନେ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଉଭୟ ପ୍ରଭାସ ଏବଂ ଅନୁଷ୍କା ସବୁବେଳେ ପରସ୍ପରକୁ କେବଳ “ଭଲ ସାଙ୍ଗ” ବୋଲି କହି ଆସିଛନ୍ତି।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ପରବର୍ତ୍ତୀ ଟାର୍ଗେଟ୍ କ୍ୟୁବା, ଆମେରିକା ରାଷ୍ଟ୍ରପତି କଣ ଚାହାଁନ୍ତି ?

ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନୁଷ୍କା ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି, ସେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହନ୍ତି। ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରୁ ଆସିଛନ୍ତି। କୁହାଯାଉଛି ଯେ, ଉକ୍ତ ବ୍ୟକ୍ତିଙ୍କର ଅନୁଷ୍କାଙ୍କ ପରିବାର ସହ ଉତ୍ତମ ସମ୍ପର୍କ ରହିଛି ଏବଂ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ମଧ୍ୟ ଅଛି। ତେବେ ଏହି ଖବରକୁ ନେଇ ଅନୁଷ୍କା କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ। ତେବେ ଅନୁଷ୍କା କାହାକୁ ବିବାହ କରିବେ ସେ ବିଷୟରେ ନିଜେ ଅନୁଷ୍କା କିଛି ପ୍ରକାଶ କରିନଥିବାବେଳେ, ଜଣେ ବ୍ୟବସାୟୀ ହେବେ ତାଙ୍କର ଜୀବନ ସାଥୀ ବୋଲି ଖବର ରହିଛି। ତେବେ କେବେ ବିବାହ କରିବେ ତାହା ଖୁବଶୀଘ୍ର ଜଣାପଡ଼ିଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories