AP Dhillon Kiss Controversy / ସିଙ୍ଗର ଏପି ଢିଲୋନ ତାରାଙ୍କୁ ତାଙ୍କ ବୟଫ୍ରେଣ୍ଡ ସାମ୍ନାରେ Kiss କଲେ...ଭିଡିଓ ଭାଇରାଲ
·6 months ago·2 min read

Key Points
ବିବାଦଘେରରେ ପଞ୍ଜାବୀ ସିଙ୍ଗର ଏପି ଢିଲୋନ
ଷ୍ଟେଜରେ ତାରା ସୂତାରିଆଙ୍କୁ ଚୁମ୍ବନ ସହ ଆଲିଙ୍ଗନ କଲେ
ବୟଫ୍ରେଣ୍ଡ ବୀର ପହାରିଆ ଦେଲେ ଅଜବ ପ୍ରତିକ୍ରିୟା...

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତାରା ସୁତାରିଆ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ ଏପି ଢିଲୋନଙ୍କ କନସର୍ଟରେ ଷ୍ଟେଜରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ସମୟରେ ତାରା ସୁତାରିଆଙ୍କୁ ଷ୍ଟେଜରେ ଏପି ଢିଲୋନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା। ଏପି ଢିଲୋନ ଷ୍ଟେଜରେ ତାରାଙ୍କୁ ଚୁମ୍ବନ ଏବଂ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଥିଲା। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବୀର ପହାରିଆ ଏପି ଢିଲୋନ ଙ୍କ ସହିତ ତାରାଙ୍କୁ ଦେଖି ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛି। ଭିଡିଓରେ, ଯେତେବେଳେ ତାରା ଏବଂ ଏପି ଢିଲୋନ ନାଚୁଛନ୍ତି, ବୀର ସେମାନଙ୍କ ପ୍ରତି ଅଲଗା ପ୍ରକାର ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛି। କଥା ହେଉଛି ସମ୍ମାନର ଏହା ଯଦି ବୀର କରିଥାନ୍ତେ ତେବେ ଆମେ ନିଶ୍ଚିତ ପୁଅଟିକୁ ଖରାପ କହିଥାନ୍ତେ। ବୀର ଖରାପ ବୋଲି ସୋସିଆଲ ମିଡିଆରେ ବହୁ ସାରା ପୋଷ୍ଟ ଭାଇରାଲ ହୋଇଥାଆନ୍ତା କି ବୀର ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଚିଟ କରୁଛନ୍ତି।
ବୀର ପହାରିଆଙ୍କ ପ୍ରତିକ୍ରିୟା ଭାଇରାଲ୍ ହେଉଛି
ତାରା ସୁତାରିଆ ତାଙ୍କ ପ୍ରେମିକ ବୀର ପହାରିଆଙ୍କ ସହ ମୁମ୍ବାଇରେ ଏପି ଢିଲୋଙ୍କ କନସର୍ଟରେ ପହଞ୍ଚିଥିଲେ। ସମାରୋହ ସମୟରେ ଏପି ଢିଲୋନ ତାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। କଳା ଗାଉନ ପିନ୍ଧି ତାରା ମଞ୍ଚକୁ ଆସିଥିଲେ ଏବଂ ଖୁବ ଏଞ୍ଜୟ କରୁଥିବାର ଦେଖାଯାଇଥିଲା। ଶେଷରେ ଏପି ତାଙ୍କୁ ଆଲିଙ୍ଗନ କରି ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ତା'ପରେ ଦୁହେଁ ଏକ ପଞ୍ଜାବୀ ସଙ୍ଗ୍ "ଆଦତ ବନଗଇ" ରେ ନାଚିଥିଲେ। ଭିଡ଼ରେ ଠିଆ ହୋଇ ତାରାଙ୍କ ପ୍ରେମିକ ବୀର ପହାରିଆ କେବଳ ଚାହିଁ ରହିଥିବାର ଦେଖାଯାଇଥିଲା। ବୀର ଭାବୁଥିଲେ ଯେ kiss ଏବଂ hug କରିବା ତ ସ୍କ୍ରିପ୍ଟେଡ ନ ଥିଲା। ସେ ମଧ୍ୟ ଏପି ଢିଲୋନଙ୍କ ଗୀତରେ ଲିପସିଙ୍ଗ କରୁଥିବାର ଦେଖାଯାଇଥିଲା। ଭାଇରାଲ୍ ଭିଡିଓରେ ବୀର ଟିକେ ଟେନ୍ସନ୍ ଥିବା ଦେଖାଯାଇଥିଲା। ତାଙ୍କର ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହାସହ ପଢ଼ନ୍ତୁ: ପୁଷ୍ପା-୨ ଦଳାଚକଟା, ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ପୋଲିସ
ଏପି ଢିଲୋନ୍ ଏବଂ ତାରାଙ୍କ ଗୀତ
ଏହା ପ୍ରଥମ ଥର ନୁହେଁ ଯେତେବେଳେ ତାରା ସୁତାରିଆଙ୍କୁ ଏପି ଢିଲୋନ୍ ସହିତ ଏକ କନସର୍ଟରେ ଷ୍ଟେଜରେ ନାଚିବାର ଦେଖାଯାଇଛି। ସେ ପୂର୍ବରୁ ପୁନେରେ ଏପିଙ୍କ କନସର୍ଟରେ ଯୋଗ ଦେଇଥିଲେ ଏବଂ ତାଙ୍କ ସହିତ ଷ୍ଟେଜରେ ନାଚିଥିଲେ। ଏହି ପ୍ରଦର୍ଶନ ସମୟରେ ତାଙ୍କ ପ୍ରେମିକ ବୀର ପହରିଆ ମଧ୍ୟ ତାଙ୍କ ସହିତ ଦେଖାଯାଇଥିଲେ। ଏହା ମଧ୍ୟ ଉଲ୍ଲେଖନୀୟ ଯେ ତାରା ଏବଂ ଏପି ଢିଲୋନ୍ ପୂର୍ବରୁ "ଏକ୍ସକ୍ୟୁଜ" ଗୀତରେ ଏକାଠି ଦେଖାଦେଇଛନ୍ତି। ଏହି ଗୀତଟି ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରିଥିଲା। ଏପି ଢିଲୋନ୍ ଏବଂ ତାରାଙ୍କ କେମେଷ୍ଟ୍ରିକୁ ମଧ୍ୟ ପ୍ରଶଂସା କରାଯାଇଥିଲା।
ବୀରଙ୍କ ସହ ଅଫିସିଆଲ ରିଲେଶନ କନଫର୍ମ
ତାରା ସୁତାରିଆ ଚଳିତ ବର୍ଷ ବୀର ପହାରିଆଙ୍କ ସହ ତାଙ୍କ ରିଲେଶନସିପକୁ କନଫର୍ମ କରିଛନ୍ତି। ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମରେ ବୀରଙ୍କ ସହ କିଛି ଫଟୋ ସେୟାର କରିଛନ୍ତି, ଯାହା ଭାଇରାଲ ହୋଇଛି। ବୀର ପହାରିଆ ଟ୍ରାଭେଲ + ଲିଜର ଇଣ୍ଡିଆ ସହିତ ଏକ ସାକ୍ଷାତକାରରେ ତାରାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ସାକ୍ଷାତକାରରେ ବୀର ପ୍ରକାଶ କରିଛନ୍ତି ଯେ ସେ ପ୍ରଥମ ଦେଖାରୁ ହିଁ ଅଭିନେତ୍ରୀ ତାରାଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଏକ ସୁନ୍ଦର ବନ୍ଧୁତା ଅଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories