Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଲଗା ହେଲେ ଏ.ଆର.ରହମାନ ଏବଂ ପତ୍ନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଲଗା ହେଲେ ଏ.ଆର.ରହମାନ ଏବଂ ପତ୍ନୀ

ଅର୍ଗସ ବ୍ୟୁରୋ:  ସଙ୍ଗୀତକାର ଏ.ଆର.ରହମାନଙ୍କଠାରୁ ତାଙ୍କ ପତ୍ନୀ ସାୟରା ତଲାକ ନେଇଛନ୍ତି। ତେବେ ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବେ ସାୟରାଙ୍କୁ ଭରଣପୋଷଣ କେତେ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇସ୍ଲାମ ବିବାହରେ ମେହେର ରାଶି ଧାର୍ଯ୍ୟ ହୁଏ। ଏହାକୁ ନେଇ ବିଧିବଦ୍ଧ କାଗଜପତ୍ର ହୁଏ ଓ ଏଥିରେ ଉଭୟପକ୍ଷ ଦସ୍ତଖତ କରନ୍ତି। ବିବାହ ଭାଙ୍ଗିଲେ କି ତଲାକ ହେଲେ ମହିଳାଙ୍କୁ ମେହେର ବାବଦ ଅର୍ଥ ମିଳିଯାଏ। ତେବେ ଗତ ଦିନରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୦ ଜୁଲାଇ ୨୦୨୪ରେ କୋର୍ଟ ଦେଇଥିବା ରାୟରେ କୋର୍ଟ କହିଥିଲେ ଯେ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବାକୁ ହକଦାର। ୨୯ ବର୍ଷ ଏକାଠି  ଚଳିବା ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଛି। ରହମାନ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଜଣେ ଜଣାଶୁଣା ସଙ୍ଗୀତକାର। ରହମାନଙ୍କ ବୟସ ଏବେ ୫୭ ବର୍ଷ ଓ ତାଙ୍କର ବିବାହ ୧୯୯୫ ମସିହାରେ ହୋଇଥିଲା। ସାୟରାଙ୍କ ପକ୍ଷରୁ ଜାରି ଏକ ବୟାନରେ ଏହି ବିବାହ ବିଚ୍ଛେଦ ସାର୍ବଜନିକ ହୋଇଛି।

ଏବେ ପ୍ରଶ୍ନ ହେଉଛି ତାଙ୍କୁ କେତେ ଭରଣପୋଷଣ ମିଳିବ, ତାହା ମାଜିଷ୍ଟ୍ରେଟ୍ ଧାର୍ଯ୍ୟ କରିବେ। ଜଣେ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ୱାମୀଙ୍କ ଆର୍ଥିକ ସ୍ଥିତିକୁ ଦେଖି ଭରଣପୋଷଣ ଧାର୍ଯ୍ୟ କରିଥାନ୍ତି। ଏ.ଆର. ରହମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଏଥିରୁ ସାୟେରାଙ୍କୁ ଭରଣପୋଷଣରେ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି। ଏହା ଅନ୍ୟ କୌଣସି ଭାରତୀୟ ଗାୟକଙ୍କ ତୁଳନାରେ ୧୫ରୁ ୨୦ ଗୁଣା ଅଧିକ। ହେଲେ ରହମାନ ଖୁବ୍ କମ୍ ଗୀତରେ ତାଙ୍କର ଶ୍ୱର ଦେଇଛନ୍ତି। ଏ.ଆର.ରହମାନ ଜଣେ ସଫଳ ସଙ୍ଗୀତାର ହୋଇଥିବା ବେଳେ ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ମଧ୍ୟ। ରିପୋର୍ଟ ଅନୁସାରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

 

Sponsored
AR Rahman gets emotional after announcing separation from wife Saira Banu | Argus News