Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିବାହ କଲେ ଅରବାଜ-ସୁରା

Entertainment

ବିବାହ କଲେ ଅରବାଜ-ସୁରା

Ritu Das
Browse all articles by Ritu Das
·2 years ago·1 min read
ବିବାହ କଲେ ଅରବାଜ-ସୁରା

ଅର୍ଗସ ବ୍ୟୁରୋ: ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ଏବଂ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ଶେଷରେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁଦିନରୁ ସେମାନଙ୍କ ମଧ୍ୟରେ ଡେଟିଂ ଚାଲିଥିଲା। ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଛନ୍ତି। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଅନେକ ସେଲିବ୍ରିଟି ଅର୍ପିତାଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେପଟେ ଶୁରା ଖାନଙ୍କ ଘନିଷ୍ଠ ବାନ୍ଧବୀ ରବିନା ଟଣ୍ଡନ ନିଜ ଝିଅ ରାଶା ସହ ବିବାହ ଉତ୍ସବକୁ ଆସି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରବିନା ବିବାହରେ ଦମ୍ପତି ନୃତ୍ୟ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଫରାହ ଖାନ ଓ ରିତେଶ ଦେଶମୁଖ ମଧ୍ୟ ଉପସ୍ଥିତ ଥିଲେ।

ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ଭେଟିଥିଲେ। ଅଭିନେତା ପୂର୍ବରୁ ମଲାଇକା ଆରୋଡ଼ାଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୨୦୧୬ରେ ସେମାନେ ବିଚ୍ଛେଦ ଘୋଷଣା କରିଥିଲେ ଏବଂ ୨୦୧୭ ମେ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ବିବାହ ବିଚ୍ଛେଦ ହୋଇଥିଲା। ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଅନ୍ୟ ପକ୍ଷରେ ଶୁରାଙ୍କ ଇନଷ୍ଟାଗ୍ରାମ ତଥ୍ୟ ଅନୁଯାୟୀ ସେ ବଲିଉଡ୍‌ର ଜଣେ ମେକ୍‌-ଅପ୍ ଆର୍ଟିଷ୍ଟ ଏବଂ ରବିନା ଟଣ୍ଡନ ଓ ତାଙ୍କ ଝିଅ ରାଶାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arbaaz-Sura | Argus News