Videos
|
Entertainment

ଲାଇଭ କନସର୍ଟକୁ ମନା କରିଦେଲେ ଅରିଜିତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଲାଇଭ କନସର୍ଟକୁ ମନା କରିଦେଲେ ଅରିଜିତ

ଅର୍ଗସ ବ୍ୟୁରୋ:  'ପ୍ରିୟ ପ୍ରଶଂସକଗଣ, ମୁଁ ଦୁଃଖିତ... ମୁଁ ଏ କନସର୍ଟ ଆଉ କରିପାରିବି ନାହିଁ। ମୋତେ କ୍ଷମା କରିଦେବ। ମୋ ଦେହ ବହୁତ ଖରାପ । ମୁଁ ଚିକିତ୍ସା ପାଇଁ ମେଡିକାଲରେ ଅଛି। ବଲିଉଡ ମୋଷ୍ଟ ଢିମାଣ୍ଡେବୁଲ ଗାୟକ ଅରିଜିତ ସିଂ। ତାଙ୍କୁ କିଏ ବା ନଜାଣେ। ତାଙ୍କ ଗୀତ ଶୁଣିବାକୁ ଲୋକେ ପାଗଳ । ତାଙ୍କ ଗୀତରେ ସେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି। ତେବେ ତାଙ୍କ ବିଷୟରେ ଏକ କବର ସାମ୍ନାକୁ ଆସିଛି। ନିକଟରେ ଗାୟକ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତିତ। ଅରିଜିତ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗୁଛନ୍ତି। ଗାୟକ ବ୍ରିଟେନରେ ଏକ ଲାଇଭ୍‌ କନ୍ସର୍ଟ କରିବାକୁ ଯାଉଥିଲେ। ଯାହାକୁ ସେ କ୍ୟାନସେଲ କରିଥିଲେ।

ଏହା ପଛର କାରଣ ମେଡିକାଲ ଟ୍ରିଟମେଣ୍ଟ ବୋଲି କୁହାଯାଉଛି। ଅରିଜିତ ସିଂ କହିଛନ୍ତି ଯେ ସେ ବର୍ତ୍ତମାନ ଚିକିତ୍ସାତ ହେଉଛନ୍ତି। ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୧୧ରେ ବ୍ରିଟେନର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ଲାଇଭ କନ୍ସର୍ଟକୁ ବାତିଲ କରିବାକୁ ପଡିବ। ଅରିଜିତ ସିଂଙ୍କ ଏହି ପୋଷ୍ଟ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। କିଛି ଲୋକ ମଧ୍ୟ ଜାଣିବାକୁ ଚାହାନ୍ତି ଯେ ଗାୟକଙ୍କ ସହିତ କଣ ହେଲା ? କହିବାକୁ ଗଲେ ବର୍ତ୍ତମାନ ଅରିଜିତ ସିଂ ତାଙ୍କ ସହ କଣ ହୋଇଛି ବୋଲି ପୋଷ୍ଟରେ କହିନାହାନ୍ତି। କେବଳ ଚିକିତ୍ସା ଚିକିତ୍ସା ବିଷୟରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବଲିଉଡର ଶ୍ରେଷ୍ଠ ଗାୟକମାନଙ୍କ ମଧ୍ୟରୁ ଅରିଚିତ ସିଂ ଅନ୍ୟତମ। 

ଏହାସହ ଅରିଜିତ ସିଂ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, 'ପ୍ରିୟ ପ୍ରଶଂସକରଗଣ, ମୁଁ ଆପଣଙ୍କ ସହ ସେୟାର କରି ଦୁଃଖିତ ଯେ ଚିକିତ୍ସା ହେତୁ ମୋତେ ହଠାତ୍ ମୋର ଅଗଷ୍ଟ କନସର୍ଟ ବାତିଲ କରିବାକୁ ପଡ଼ିଲା। ମୁଁ ଜାଣେ ଆପଣମାନେ ଏହି ଶୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ମୋ ସ୍ୱାସ୍ଥ୍ୟରେ ହଠାତ୍‌ ଖରାପ ହେତୁ ମୋତେ ସୋ ବାତିଲ କରିବାକୁ ପଡିଲା। ମୁଁ ତୁମକୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି। ତୁମର ପ୍ରେମ ଏବଂ ସମର୍ଥନ ମୋର ସାହସ ହେବ। ଏହା ପରେ ଅରିଜିତ୍‌ ତାଙ୍କ କନସର୍ଟର ନୂତନ ତାରିଖ ଘୋଷଣା କରିଛନ୍ତି। ଏହି ପୋଷ୍ଟରେ ସେ ୧୫ ସେପ୍ଟେମ୍ୱରରେ ଲଣ୍ଡନରେ, ୧୬ ସେପ୍ୱେମ୍ୱରରେ ବର୍ମିଂହାମରେ, ୧୯ ସେପ୍ୱେମ୍ୱରରେ ରୋଟର୍ଡାମରେ ଏବଂ ୨୨ ସେପ୍ୱେମ୍ୱରରେ ମଞ୍ଚେଷ୍ଟରରେ ଲାଇଭ କନ୍ସର୍ଟ ଘୋଷଣା କରିଛନ୍ତି। ବିଳମ୍ୱ ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Arijit Singh cancels UK tour due to health issues | Argus News