Videos
|
Entertainment

Arshdeep Singh / ପ୍ରେମରେ କ୍ଲିନବୋଲ୍ଡ ହେଲେ ଅର୍ଶଦୀପ ସିଂ; ଟାଟୁରେ ରିଲେସନସିପ୍‌ର କଲେ ଖୁଲାସା

Debashree Debasmita Sahoo
Browse all articles by Debashree Debasmita Sahoo
·37 mins ago·2 min read
ପ୍ରେମରେ କ୍ଲିନବୋଲ୍ଡ ହେଲେ ଅର୍ଶଦୀପ ସିଂ; ଟାଟୁରେ ରିଲେସନସିପ୍‌ର କଲେ ଖୁଲାସା
Arshdeep Singh

Key Points

ପ୍ରେମରେ କ୍ଲିନ୍ ବୋଲ୍ଡ, ସର୍ଦ୍ଦାର ଅର୍ଶଦୀପ
ପ୍ରେମିକାଙ୍କ ସହ ଫ୍ୟାନ୍ସଙ୍କୁ ଦେଖାଇଲେ ଟାଟୁ
ନିଜ ପ୍ରେମ ସମ୍ପର୍କର କଲେ ଖୁଲାସା
ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଅଭିନେତ୍ରୀ ତଥା ମଡେଲ ସମରିନ କୌରଙ୍କୁ ଡେଟ୍ କରୁଛନ୍ତି ବୋଲି ଅନେକ ଦିନ ଧରି ଚର୍ଚ୍ଚା ହେଉଥିଲା । ଏବେ ସବୁ ଚର୍ଚ୍ଚା ଉପରେ ଲାଗିଛି ବିରାମ । କାରଣ ଅର୍ଶଦୀପ ନିଜେ ପ୍ରେମ ସମ୍ପର୍କର ଖୁଲାସା କରିଛନ୍ତି । ଏକ ଫଟୋ ସେୟାର କରି କ୍ରିକେଟର ନିଜ ବ୍ୟକ୍ତିଗତ ସମ୍ପର୍କକୁ ନିଶ୍ଚିତ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

୨୭ ବର୍ଷୀୟ ଦ୍ରୁତ ବୋଲର ଅର୍ଶଦୀପ ତାଙ୍କ ହାତ ଉପରେ ସମରିନ କୌରଙ୍କ ନାମ ଟାଟୁ କରାଇଥିଲେ । ଏହା ବ୍ୟତୀତ, ସମରିନ କୌର ମଧ୍ୟ ତାଙ୍କ ହାତରେ ଅର୍ଶଦୀପ ସିଂହଙ୍କ ନାଁକୁ ଟାଟୁରେ ଲେଖିଥିଲେ । ଏହି ଲଭବାର୍ଡ୍‌ସ ସୋସିଆଲ ମିଡିଆରେ ଏକାଠି ହୋଇ ଏକ ଫଟୋ ମଧ୍ୟ ସେୟାର କରି କ୍ୟାପସନ ଲେଖିଥିଲେ, "ମୋ ଜୀବନ ସାଥୀ ।"

  • ଅର୍ଶଦୀପଙ୍କ ହାତରେ ପ୍ରେମିକାଙ୍କ ନାଁର ଟାଟୁ
ଅର୍ଶଦୀପ ସିଂହଙ୍କ ହାତରେ 'SK' ଟାଟୁ କରିଛନ୍ତି । ସମରିନ୍ କୌରଙ୍କ ହାତରେ 'AS' ଟାଟୁ ଅଛି । ଏହା ବ୍ୟତୀତ ଉଭୟ ଦମ୍ପତିଙ୍କ ହାତରେ ଟାଟୁ ପାଖରେ ଏକ ଛୋଟ, ପତଳା ଲାଲ ରେଖା ଦେଖାଯାଉଛି, ଯାହା ଏକ ହାର୍ଟବିଟ୍‌ର ରେଖା ଓ ହାର୍ଟ ସୃଷ୍ଟି କରୁଛି । ଅର୍ଶଦୀପ ଏବଂ ସମରିନଙ୍କ ହାତରେ ଏହି ଫ୍ୟାନ୍ସି ଟାଟୁ ଡିଜାଇନର୍ ଅଭିଷେକ ଗାୱାଇ ଏବଂ ଟାଟୁ କଳାକାର ସନି ସେନ୍ ଦ୍ୱାରା ତିଆରି କରାଯାଇଛି ।

  • ଅର୍ଶଦୀପଙ୍କ ପ୍ରେମିକା କିଏ ?
ସମରିନ୍ କୌରଙ୍କ ଜନ୍ମ ୭ ସେପ୍ଟେମ୍ବର ୧୯୯୯ ମସିହାରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିଲା । ସେ ଜଣେ ଅଭିନେତ୍ରୀ, ମଡେଲ୍ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ମଡେଲିଂ ଜଗତରେ ପ୍ରବେଶ କରିବା ପୂର୍ବରୁ, ସେ ପୁଣେର ସିମ୍ବାୟୋସିସ୍ କଲେଜ ଅଫ୍ ଆର୍ଟସ୍ ଆଣ୍ଡ୍ କମର୍ସରୁ ବି.କମ୍ (ଅନର୍ସ) ଡିଗ୍ରୀ ହାସଲ କରିଥିଲେ । ସମରିନ୍ ପ୍ରଥମେ ଫେମିନା ମିସ୍ ଇଣ୍ଡିଆ ୨୦୧୮ ପ୍ରତିଯୋଗିତାରେ ଜମ୍ମୁ ଏବଂ କାଶ୍ମୀରର ପ୍ରତିନିଧିତ୍ୱ କରିବା ପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯେଉଁଠାରେ ସେ ଫାଇନାଲିଷ୍ଟ ମଧ୍ୟ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଈଶାନ କିଶାନଙ୍କ ନୂଆ ମାଇଲଖୁଣ୍ଟ, ଚିନ୍ତାରେ ଗମ୍ଭୀର ଏବଂ ଅଗରକର

ଏହା ବ୍ୟତୀତ, ସମରିନ୍ ZEE5 ୱେବ୍ ସିରିଜ୍ 'ନେଲ୍ ପଲିସ୍'ରେ ମଧ୍ୟ ନଜର ଆସିଛନ୍ତି । ସେ ୮୩ ଏବଂ ସର୍ଦ୍ଦାରଜୀ-୨ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଭିନୟ ବ୍ୟତୀତ ସେ ଜୁବିନ୍ ନୌଟିୟାଲ୍, ବାଦଶାହା ଏବଂ ଗୁରୁ ରନ୍ଧାୱା ଭଳି ଲୋକପ୍ରିୟ ଗାୟକଙ୍କ ସହିତ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି । ସେ ବାୱଲା ଏବଂ ତୁଝେ ଭୁଲନା ତୋ ଚାହା ଭଳି ଗୀତ ମାଧ୍ୟମରେ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଛନ୍ତି ।